ମ, ରାମପୁର/କ୍ରାନ୍ତିକ୍ଷେତ୍ର( ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଦର ମହକୁମା ମଧ୍ୟ ଭାଗରେ ଅବସ୍ଥିତ ୧୦୦ ଏକର ବ୍ୟାପ୍ତ ସର୍ବ ପୁରାତନ ହରୀହର ସାଗର ସଫେଇ ଓ ପଙ୍ଗ ପୁନରୁଦ୍ଧାର ସୌନ୍ଦର୍ଯ୍ୟକରଣ, ମ, ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ଓ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ସୈନ୍ଦର୍ଯ୍ଯ କରଣ। ସେହିପରି ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳର ମାଣିକେରା ତାରିଣି ମନ୍ଦିର ଠାରୁ କାଉପଦର କୁ ରାସ୍ତା ନିର୍ମାଣ, ମୋହନଗିରି ଠାରୁ ଜାମୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଜାମୁଲି ଠାରୁ ବଣ୍ଡେଲ ପଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆଦି ଦାବି ନେଇ ମ, ରାମପୁର ବ୍ଲକ ସଭାଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଉପସ୍ଥିତ ରେ ଜିଲ୍ଲା ପାଲ ସଚିନ ପାଓ୍ବାର ଙ୍କୁ ଏକ ଲିଖିତ ଦସ୍ତାବିଜ ପ୍ରଦାନ କରାଯାଇଛି । ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ଜିଲ୍ଲା ଉପସଭାପତି ପଦ୍ମଲୋଚନ ମିଶ୍ର ପ୍ରମୁଖଙ୍କ ନେତୃତ୍ବରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।
