ଆମପାଣି ପଞ୍ଚାୟତ ସ୍ତରୀୟ ଡମ୍ବ ସମାଜର ନୂତନ କମିଟି ଗଠନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଳକ ଆମପାଣି ଗ୍ରାମ ପଞ୍ଚାୟତର ପାତ୍ରବସା ବିରିଭଁଟା ଠାରେ ଆମପାଣି ଡମ୍ବ ସମାଜର ସମାବେଶ ଓ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାତ୍ରବସା ଡମ୍ବ ସମାଜର ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମପାଣି ଜୋନ ସଭାପତି ବନମାଳୀ ବାଗ ମୁଖ୍ୟମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ପାଦକ କ୍ଷେତୁରାମ ପାତ୍ର, ଜୋନ ଅଧ୍ୟକ୍ଷ ଗଙ୍ଗାଧର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନଙ୍କ ସହିତ ଉପସ୍ଥିତ ସମାଜର କାର୍ଯ୍ୟକର୍ତ୍ତା ମାନେ ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କ୍ରମରେ ଆମପାଣି ଗ୍ରାମ ପଞ୍ଚାୟତ ସ୍ତରୀୟ ଡମ୍ବ ସମାଜର ନୂତନ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଦୟାନିଧି ନାଏକ ମନୋନୀତ ହୋଇଥିଲେ। ଉପସଭାତି ବଳରାମ ଦୂର୍ଗା ଓ ଭୁବନେଶ୍ୱର ବେଶ୍ରା, ସମ୍ପାଦକ ଯୁଗଳ କିଶୋର ନାଏକ, ସହ ସମ୍ପାଦକ ରାଘବ ସୁନା ଓ କୋଷାଧ୍ୟକ୍ଷ ଭାବରେ କେଶବ ବେଣୁପାଣି ମନୋନୀତ ହୋଇଥିଲେ। ସମାବେଶରେ ଆମପାଣି ପଞ୍ଚାୟତ ଅନ୍ତର୍ଗତ ଆମପାଣି, ପାତ୍ରବସା, କୁଟୁରୁ, ବିରିମୁହାଣ, କାଦୋମାଲି, କଲୋନିପଡା ଆଦି ଭାତ କମିଟିର କର୍ମକର୍ତ୍ତା ସମେତ ୮ ଗୋଟି ପଞ୍ଚାୟତର ସଭାପତି, ସମ୍ପାଦକ ଓ ସମାଜ ପ୍ରେମୀ ଯୋଗଦେଇଥିଲେ। ସଭା କୁ ନୀଳମଣି ଖମାରୀ ପରିଚାଳନା କରିଥିଲେ। ପାତ୍ରବସା ଭାତ୍ କମିଟିର ହେମନ୍ତ ସୁନା, ଏକାଙ୍ଗ ଦୂର୍ଗା, ଭୋଲାନଥ ମଙ୍ଗରାଜ, ଉମେଶ ବାଗ, ପୁସ୍ତମ୍ ସୁନା, କାର୍ତ୍ତିକ ଠାକୁର, ଖଗେଶ୍ବର ବାଗ, ତ୍ରିଲୋଚନ ବାଗ, ବିଶ୍ବମ୍ବର ନାଏକ, ନକୁଲ ଠାକୁର ପ୍ରମୁଖ ସହଯୋଗ କରିଥିଲେ।