ଡ଼. ବିଆର ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ;  ରଏନଗୁଡା ଚାମ୍ପିଅନ୍

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଖେଳ ପଡିଆଠାରେ ଭିମାରାଓ ଆମ୍ବେଦକର କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆଜି  ଅନୁଷ୍ଠିତ ହୋଇଛି। ଏଥିରେ ରୋଙ୍ଗାଲପାଲି କୁ ହରାଇ ରଏନଗୁଡା ଦଳ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ରେଙ୍ଗାଲପାଲି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୧ ରନ୍ ସଂଗ୍ରହ କରିଥିଲା। ୧୧୨ ରନ୍ ର ବିଜୟ ଲକ୍ଷ ନେଇ ରଏନଗୁଡା ଦଳ ପଡିଆକୁ ଓହ୍ଲାଇବ ଥିବାବେଳେ ନିର୍ଦ୍ଧାରିତ ୧୨ ଓଭର ଖେଳି ୮ ଉଇକେଟ ହରାଇ ମ୍ୟାଚ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଥିଲା। ଶେଷ ବଳରେ ୨ ରନ୍ ସଂଗ୍ରହ କରି ମ୍ୟାଚ୍ ବିଜୟୀ ହୋଇଥିବାରୁ ବେଶ୍ ରୋମାଞ୍ଚକ ହୋଇଥିଲା। ଫାଇନାଲ ଖେଳରେ କୁନା ମାଝୀ ଓ ସୁନୀଲ କୁମାର ମାଝୀ ଆମ୍ପିୟାର ଭାବରେ ରହି ପରିଚାଳନା କରିଥିଲେ। ହେମନ୍ତ କୁମାର ନାଏକ ସ୍କୋର ବୋର୍ଡ ଦାୟିତ୍ଵ ନିର୍ବାହ କରିଥିବାବେଳେ ମୁନା ଧଙ୍ଗଡାମାଝୀ ଓ ଓମ୍ ପ୍ରକାଶ ଧଙ୍ଗଡାମାଝୀ ଧାରବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଭଜମନ ନାଏକ, ସନ୍ତୋଷ ମାଝୀ, ଅର୍ଜୁନ ଭାଟି, ଦୁର୍ଗାପ୍ରସାଦ ପ୍ରଧାନୀ, ସାମ୍ବାଦିକ ଜଗଦୀଶ ନାଏକ, ଅବସରପ୍ରାପ୍ତ ପୋଷ୍ଟାଲ କର୍ମଚାରୀ ବଲସିଂ ଧଙ୍ଗଡାମାଝୀ, ଧର୍ମାନନ୍ଦ ନାଏକ, ୱାର୍ଡ଼ ସଭ୍ୟ ନରହରି ସୁନା, ଏଡିଓ କର୍ପୁର ନାଏକ, ଲଲିତ ମୋହନ ନାଏକ, ଖେଲ ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବିଜେତା ଓ ଉପବିଜେତା ଦଳ କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରଏନଗୁଡା ଦଳର କ୍ଷୀରସିନ୍ଧୁ ସୁନା ଓ ମ୍ୟାନ ଅଫ୍ ଦି ସିରିଜ୍ ରେଙ୍ଗାଲପାଲି ଦଳର ରାମ ଦୁର୍ଗା ବିବେଚିତ ହୋଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମର ମଞ୍ଚ କୁ ଗଜିନ୍ଦ୍ର ନାଗ ସଂଯୋଜନା କରିଥିବାବେଳେ ଆୟୋଜକ ଅନୁଷ୍ଠାନର ସଭାପତି କ୍ଷେତିରାମ ବାଗ, ସମ୍ପାଦକ ଗୁଲସନ କୁମାର ବାଗ, ସଞ୍ଜିବ କୁମାର ନାଏକ, ସୁରଜ୍ ସୁନା, ଚନ୍ଦନ ସୁନା, ତୁଳସୀ ରାମ ଦୁର୍ଗା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।