ବ୍ରହ୍ମପୁର ରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର (ରଞ୍ଜିତ ପ୍ରଧାନ) ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ  ୱି. କୀର୍ତ୍ତି ୱାସନ୍, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକ୍ରେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ  ଅବିନାଶ କୁମାର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଥିଲେ ।
ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ବାସ୍ଥ୍ୟ,ଶିକ୍ଷା, ସାମାଜିକ ସୁରକ୍ଷା ଭତା,ଜମି,ରାସନ୍ କାର୍ଡ ,ରାସ୍ତା ଇତ୍ୟାଦି ।  ସମୁଦାୟ ୧୩୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୨ଟି ଓ ଗ୍ରାମ ଭିତିକ ସମସ୍ୟା ୧୦ଟି ରହିଥିବାବେଳେ ୨ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା ।  ରେଡକ୍ରସ ତରଫରୁ ୮ ଜଣଙ୍କୁ ୨୭,୫୦୦ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା ।  ଏହି ଶୁଣାଣି ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡ ର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *