ପାପଡ଼ାହାଣ୍ଡି/ କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡାବୁଗାଁ ବନାଞ୍ଚଳ ଅଧୀନ ମୈଦଲପୁର ବନବିଭାଗକୁ ଦିନକୁ ଦିନ ବଡ଼ ସଫଳତା ମିଳିବାରେ ଲାଗିଛି। ଲଗାତାର କେଇ ମାସ ଭିତରେ ଅନେକ କାଠ ମାଫିଆ ଙ୍କୁ ସବଢ଼ା କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିବାରେ ସଫଳ ହୋଇପାରିଛନ୍ତି। ତେବେ ସୋମବାର ପୁଣି ୭ଗୋଟି ଶିମିଳି ଗଛ ଗଣ୍ଡି କୁ ଟ୍ରକ ସାହାଯ୍ୟରେ ଚରାଚାଳାନ ହେଉଥିବା ସମୟରେ ଆଗୁଆ ସୂଚନା ପାଇ ବନ ବିଭାଗ ଚଢାଉ କରିବା ସହ ଟ୍ରକ୍ ଓ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ମୈଦଲପୁର ବନବିଭାଗ। ଅଭିଯୁକ୍ତ ହେଲେ ଛତିଶଗଡ଼ ରାଜ୍ୟ ଝୁଇଖୁଦାନ ଥାନା ଝୁମାରକୁହା ଗାଁର ଚୈତନ୍ୟ ନେତାମ ବୋଲି ଜଣାପଡିଛି। ଗୀରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ। ସୂଚନା ଅନୁସାରେ, କଣ୍ଟାମାଳ ପଂଚାୟତର ବଟକରି ରୁ ରଣ୍ଡାଗୁଡା ମୂଖ୍ୟ ରାସ୍ତାରେ ଥିବା ସିମିଲି କାଠକୁ ୭ ଗୋଟି ବଡ଼ ବଡ଼ ଶିମିଳି ଗଣ୍ଡି କୁ ଟ୍ରକ (ସିଜି ୦୪ ଏନକ୍ୟୁ ୭୭୬୦)ରେ ଯାଉଥିବା ସମୟରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ନିର୍ଦ୍ଧେଶ କ୍ରମେ ମୈଦଲପୁର ବନବିଭାଗ ପକ୍ଷରୁ ବନପାଳ ମଧୁସୂଦନ ପାତ୍ର ଓ ବନରକ୍ଷୀ ବସନ୍ତ ନାୟକ ଙ୍କ ଏକ ଟିମ୍ ପହଂଚି ଜବତ କରିଥିଲେ। ଜବତ ହୋଇଥିବା କାଠ ର ଆନୁମାନିକ ମୂଲ୍ୟ ପାଖାପାଖି ଦୁଇ ଲକ୍ଷ ହେବ ବୋଲି ଜଣାପଡିଛି। ପରେ ଟ୍ରକ କୁ ଜବତ କରି ଏକ ମାମଲା ରଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢାଉ ସମୟରେ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ବସନ୍ତ ନାୟକ, ଉମାଶଙ୍କର ମିଶ୍ର, ମଧୁସ୍ମିତା ତ୍ରିପାଠୀ, ସରସ୍ବତୀ ମେହେର, କାର୍ତିକ ମାଝୀ, ବୈଦନାଥ ମାଝୀ, ରାମଚନ୍ଦ୍ର ଭତ୍ରା, ଝାଡ଼େଶ୍ୱର ହରିଜନ, ଜୟନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
