୨୮ ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା

କେସିଙ୍ଗା/ କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କେସିଙ୍ଗା ମହା  ଏନ୍ଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା  ଉଦଯାପିତ ହୋଇ ଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କ ସମେତ ଜିଲ୍ଲା ବାହାରୁ ମଧ୍ୟ ଅନେକ କଳାକାର ନିଜ ପ୍ରତିଭା ଦେଖାଇ ଥିଲେ। ରବିବାର ଦିନ କବିତା ପାଠୋତ୍ସବ ସମେତ ସର୍ବସାଧାରଣ ଓ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସାଂସ୍କୃତିକ ସଂଧ୍ୟା କାର୍ଯ୍ୟକ୍ରମର ସଭାପତ୍ଵ କରିଥିଲେ ନଗରପାଲ ନୃପରାଜ ଯାଦବ। କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କାଉସିଲାର ରମାକାନ୍ତ ଜେନା, ଶମ୍ଭୁ ବଗର୍ତ୍ତି, ରୋହିତ ଜୈନ, ଧରଣୀ ନାଏକ, ପ୍ରକାଶ ବନଛୋର, ଭୂପେନ୍ଦ୍ର ଘିଭେଲା,ମଞ୍ଜୁଳା ସାହୁ, କବିତା ମାଝୀ, ପ୍ରେରଣା ନାଏକ, ହେମ ସୁନା, ମଞ୍ଜୁ ମାଝୀ, ହେମ ସୁନା ପ୍ରମୁଖ ଉପସ୍ଥିତ ଥିଲେ।  ଉଦଯାପନୀ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ମେଲୋଡି ପ୍ରୋଗ୍ରାମ ଦେଖିବା ପାଇଁ ଶୀତୁଆ ରାତିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଉଦଯାପନୀ ସନ୍ଧ୍ୟା କୁ ପରିଚାଳନା କରିଥିଲେ ବରିଷ୍ଠ ଉଦଘୋଷକ ବି ଚନ୍ଦ୍ରଶେଖର ଆଚାରୀ।