କେସିଙ୍ଗା/କ୍ରାନ୍ତିକ୍ଷେତ୍ର,(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ପୋଲିସ କୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ କେସିଙ୍ଗା ରେଳ ଷ୍ଟେସନ ରୁ ୫ ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲା ବାସିନ୍ଦା। ସେମାନେ ହେଲେ ରାହୁଲ ସୁରେଶ ରାଉତ(୨୭), ଅଙ୍କେଶ ରାମସିଂ ପାଲ(୨୩), ବିକାଶ ଦିଲୀପ ନନ୍ଦଗୌରୀ(୧୯), ଦୀପସିଂ ଟାକ(୨୧), ଗୁରପ୍ରିତ୍ ସିଂ ଟାକ (୩୧) ଅଭିଯୁକ୍ତ ମାନେ ରାୟପୁର ହୋଇ ନାଗପୁର ଯିବାପାଇଁ କେସିଙ୍ଗା ଷ୍ଟେସନ ରେ ଟ୍ରେନ ଅପେକ୍ଷା କରି ରହିଥିବା ସମୟରେ କେସିଙ୍ଗା ପୋଲିସ ହାବୁଡ଼ରେ ପଡ଼ିଥିଲେ। ଗଞ୍ଜେଇ କୋଉଁ ଠାରୁ ଆସିଲା ଓ କିପରି ଆସିଲା ତାହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳଙ୍କ ସମେତ ଏସଆଇ ଅରକ୍ଷିତ ମାଝୀ, ଏସ ଆଇ ରେଣୁକା ଖେସ, ଏଏସଆଇ ନୀତିନ ଚତୁର୍ବେଦି ଓ ପୋଲିସ ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ।
