କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଭମରମାଲ ଗ୍ରାମ ସ୍ଥିତ ମାଉସୀ ମନ୍ଦିର ପରିସରରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ ବାଲସି ମଣ୍ଡଳ ସ୍ତରୀୟ ଜନଜାଗରଣ ଓ ଉପବିଧି ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମା ଚଣ୍ଡୀ ସମଳାଇଙ୍କୁ ପୂଜାର୍ଚ୍ଚନା କରି ଆରମ୍ବ କରାଯାଇଥିଲା। ଜିଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ ଗ୍ରାମ୍ୟ କମିଟି, ମଣ୍ଡଳ କମିଟି, ବ୍ଲକ କମିଟି, ଜିଲା କମିଟି ସଦସ୍ୟ ଙ୍କୁ ସମାଜ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରା ଯାଇଥିଲା। ଏହି ସଭାରେ ଉପସ୍ଥିତ ସମସ୍ତ ସାହୁ ସମାଜ ର ଲୋକଙ୍କୁ ସଚେତନତା କରାଯାଇଥିଲା। ପୁଅ ଝିଅ ଙ୍କୁ ଶିକ୍ଷିତ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବା ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଦୀପଚାନ୍ଦ ସାହୁ, ଜିତେନ୍ଦ୍ର ସାହୁ, ଜିଲା ଉପ ସଭାପତି ଯୁବରାଜ ସାହୁ, ଯୁଗ୍ମ ସମ୍ପାଦକ ସୁଲପାଣି ସାହୁ, କାର୍ଯ୍ୟାଳୟ ସଭାପତି ମୁରଲୀଧର ସାହୁ, କୀର୍ତ୍ତନ ସାହୁ, ଖୁସିରାମ ସାହୁ, କୁଳମଣି ସାହୁ, କାର୍ଜି କିଶନ ସାହୁ, ହିମାଂଶୁ ସାହୁ, ହେମ କିଶୋର ସାହୁ, ଗୌରଚନ୍ଦ୍ର ସାହୁ, ଥବିର ସାହୁ, ମ ରାମପୁର ତୁମେଶ୍ୱର ସାହୁ, କରଳାମୁଣ୍ଡା ଦୀନବନ୍ଧୁ ସାହୁ, ସମ୍ପାଦକ କୌଶିକ ସାହୁ, ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଯୁବରାଜ ସାହୁଙ୍କ ସମେତ ବ୍ଲକ ସଭାପତି ଫକୀର ସାହୁ, ବାଲସି ମଣ୍ଡଳ ସଭାପତି ମନୋହର ସାହୁ, ଗ୍ରାମ୍ୟ କମିଟି ସଭାପତି ଋଷି ସାହୁ, ପ୍ରମୁଖ ଉପସ୍ଥିତ ରହି ସାହୁ ସମାଜର ଉତ୍ତୋରୋତ୍ତର ଶୁଭ କାମନା ଜଣାଇଥିଲେ। ଜିଲ୍ଲା ଯୁଗ୍ମ ସମ୍ପାଦକ ଅଶ୍ୱନୀ କୁମାର ସାହୁ ଓ ଲିଙ୍ଗରାଜ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
