ବିଜମରା ସ୍ଵାମୀ ବିବେକାନନ୍ଦ ହାଇସ୍କୁଲ ଠାରେ ପିଏମଶ୍ରୀ ଉତ୍ସବ

କଲମପୁର/କ୍ରାନ୍ତିକ୍ଷେତ୍ର(ଗଣେଶରାମ ବାଗ) : ଭାରତ ସରକାରଙ୍କ ନୂତନ ଶିକ୍ଷା ନୀତି ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ସୁନ୍ଦର ପ୍ରୟାସ ଜାରି ରହିଥିବାବେଳେ ସମଗ୍ର ଭାରତ ବର୍ଷରେ ୧୪ ହଜାର ୫ଶହ ସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦିଆଯାଇଥିବା ପ୍ରଶଂସା ଯୋଗ୍ୟ। ବିଜମରା ସ୍ବାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ମାନ୍ୟତା ପାଇଥିବାବେଳେ ସୋମବାର ଏହାର ଉତ୍ସବ ପାଳନ କରାଯାଇଛି। କଲମପୁର ବ୍ଲକ ମଧ୍ୟରେ ଏହି ବିଜମରା ଉଚ୍ଚ ବିଦ୍ୟାଳୟ ଏକ ଗୌରବର ବିଷୟ, ଉଦଘାଟନୀ ଉତ୍ସବରେ କଲମପୁର ବିଇଓ ମଧୁସ୍ମିତା ନାଏକଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ସରପଞ୍ଚ ବାଳକୃଷ୍ଣ ମାଝୀ, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ କୃପାସିନ୍ଧୁ ପଣ୍ଡା ଯୋଗଦେଇ ଥିଲେ।

ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ବିଷୟକୁ ନେଇ ଷ୍ଟଲ ସବୁ ପ୍ରଦର୍ଶନ କରାଯାଇଥିଲା। ପିଏମଶ୍ରୀ ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବର ଉଦଯାପନୀ ସମାରୋହରେ ଜିଲ୍ଲା ପରିଷଦ ସଦସ୍ୟା ଦୁହିତା ମାଝୀ ମୁଖ୍ୟ ଅତିଥି , ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା, ସମ୍ମାନିୟ ଅତିଥି ଭାବରେ କଲମପୁର ତହସିଲଦାର ସ୍ମରଣିକା ତୁଲ , ଏଡ଼ିଓ ତପିମଣି ଜାନି, ଡିପିଓ ରୁପସିଂ ରାଉତ , ଵିଆରସି କୁଳମଣି ମାଝୀ, ମହାଭାରତ କଲେଜ ଅଧ୍ୟକ୍ଷ ମନୋଜ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ବେହେରା, ଏସଏମସି ଅଧ୍ୟକ୍ଷ ମୁରଲୀ ଧର କଣ୍ଟା ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ସ୍ବାମୀ ବିବେକାନନ୍ଦଙ୍କ ଗୁଣଗାନ ସହିତ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବ ମଞ୍ଚକୁ ଶିକ୍ଷକ ଶ୍ରୀନିବାସ ପଣ୍ଡା ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରଦର୍ଶନୀ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଅଗ୍ରଣୀ ନେଇ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସମେତ ସମସ୍ତ ସିଆରସିସି ତଥା ବିଦ୍ୟାଳୟର ଶିକ୍ଷୟତ୍ରୀ, ଶିକ୍ଷକ, ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଦୁଃଶାସନ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଲେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *