କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ମଶାଲ ଶୋଭାଯାତ୍ରା

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଉର୍ଲାଦାନୀ ସହିଦ ରେଣ୍ଡୋମାଝି ପୀଠ ଓ ମ, ରାମପୁରର ଇଷ୍ଟ ଦେବୀ ମା ଡୋକୁରୀ ଦେବୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି  ବୁଦ୍ଧେନ୍ଦ୍ର ପ୍ରତାପ ସିଂଦେଓ, ସତ୍ୟ ନାରାୟଣ ସାହୁ (ସମାଜ ସେବୀ), ଉଦ୍ଧବ ପଣ୍ଡା (ବରିଷ୍ଠ ସାମ୍ବାଦିକ) ମ.ରାମପୁର ବ୍ଲକ ପ୍ରସାଶନ ପକ୍ଷରୁ ରମାକାନ୍ତ ସାହୁ (ପଞ୍ଚାୟତ ନିର୍ବାହୀ ଅଧିକାରୀ ଉର୍ଲାଦାନୀ) ହେମନନ୍ଦ ନାଏକ (ପଞ୍ଚାୟତ ନିର୍ବାହୀ ଅଧିକାରୀ ମ,ରାମପୁର) ଉପସ୍ଥିତ ରହିଥିଲେ। ଉକ୍ତ ମଶାଲ ଯାତ୍ରା କୁ ମୋ ଭାରତ କଳାହାଣ୍ଡି ନେତୃତ୍ୱ କରୁଥିବା ବେଳେ ମଶାଲ ଶୋଭାଯାତ୍ରା କୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରାଯାଉଥିଲା। ଏହି ମଶାଲ ଶୋଭାଯାତ୍ରାଟି ସ୍ବେଛାସେବୀ  ସନତ କୁମାର ସାହୁ ଓ ଅନିଲ ପାରାସେଟ ପରିଚାଳନା କରୁଥିବାବେଳେ ଠାକୁର ସାହୁ, ମଣ୍ଟୁ ପରାସେଠ, ସମୀର ନାଏକ, ଦୁର୍ଯ୍ୟୋଧନ ହରିଜନ ସହଯୋଗ କରିଥିଲେ।