ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଆଜି ମୁଖ୍ୟ ବଜାରରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସରକାରଙ୍କ ତରଫରୁ ଏକ ଜନ ସଚେତନତା ନାଟକ ମଧ୍ୟରେ ବ୍ଲକ ବିଭିନ୍ନ ଜାଗାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଟ୍ରାଫିକ ନିୟମର ସମସ୍ତ କର୍ତ୍ତବ୍ୟକୁ ମାନି ବାଇକ ଆରୋଇ ଏବଂ ପଛରେ ବସିଥିବା ଲୋକ ଦୁଇ ଜଣ ଯାକ ହେଲମେଟ ବ୍ୟବହାର କରିବା, ବାଇକ ଚଲାଇବାବେଳେ ମୋବାଇଲ ଫୋନରେ କଥା ହେବା ନାହଁ, ଦ୍ରୁତଗତିରେ ଚଳାଇବା ନାହିଁ, ବିପରୀତ ଦିଗରେ ଗାଡି ଆସୁଥିଲେ ସତର୍କ ସହିତ ଡ୍ରାଇଭ କରିବା, ସଡ଼କ ଦୃଘଟଣାଗସ୍ତ ଙ୍କୁ ସାହାଯ୍ୟ ପାଇଁ କେବେ ବି ପଛାଇବ ନାହଁ, ନିଶା ଦ୍ରବ୍ୟ ସେବନ କରି ଗୋଡି ଚଲାଇବା ନାହିଁ, ମୋ କର୍ତ୍ତବ୍ୟ ହେଲା ଟ୍ରାଫିକ ନିୟମ କୁ କେବେ ବି ଉଲଂଘନ କରିବି ନାହିଁ।
