କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର : ବାଣ ବିସ୍ପୋରଣରେ ୫ ଜଣ ଗୁରୁତର। ଗତକାଲି ବିଳମ୍ବିତ ରାତିରେ ତେଲୁଗୁ ସମ୍ପ୍ରଦାୟ ମାନଙ୍କ ପୋଙ୍ଗଲ ଥିବାରୁ ଏହିଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାୟଗଡା ସହର ୟେଦୁସାହି ରେ ଘଟିଛି। ଆହାତ ମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଆହାତଙ୍କ ମଧ୍ଯରେ ୟେଦୁସାହି ର କେ.ୟଗି,ଡି.ଶଙ୍କର, ଜି.ନିଖିଲ ରହିଛନ୍ତି। ସମସ୍ତଙ୍କ ବୟସ ୧୩ ରୁ ୧୮ ବର୍ଷ ବୟସ ହୋଇଥିବା ଜଣାପଡିଛି। ତେବେ ଗତକାଲି ରାତିରେ ଏମାନେ ଏକ ସ୍ଥାନରେ ବାଣ ବାନ୍ଧୁଥିବାବେଳେ ବିସ୍ପୋରଣ ହୋଇଥିବା ଜଣାପଡିଛି। ବିସ୍ପୋରଣ ଏତେ ତୀବ୍ର ଥିଲା ଯେ,ପାଖ ଘରର ଛାତର ସିମେଣ୍ଟ ଖଣ୍ଡ, ଝରକା ଓ କବାଟ ଭାଙ୍ଗି ଯାଇଛି।
