କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା କୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ ବିଜେପି ଜିଲ୍ଲା ସାଧାରଣ ସଂପାଦକ ସନ୍ତୋଷ କୁମାର ଦାସ କେସିଙ୍ଗା କୋର୍ଟର ନୂତନ ସରକାରୀ ସହକାରୀ ଓକିଲ ଭାବରେ ନିଯୁକ୍ତି ପାଇଛନ୍ତି। ଶ୍ରୀଦାସ କେସିଙ୍ଗା ସହରର ବିଜେପିର ଜଣେ ଆଗଧାଡିର କର୍ମକର୍ତ୍ତା ହୋଇଥିବାବେଳେ ଶ୍ରୀଦାସ ଆଗରୁ ଥିବା କେସିଙ୍ଗା କୋର୍ଟରେ ସରକାରୀ ସହକାରୀ ଓକିଲ ଥିବା ପ୍ରକାଶ ଦାସଙ୍କ ସ୍ଥାନ ନେବେ। ଖବର ଜଣାପଡିବା ପରେ ଶ୍ରୀଦାସ ଙ୍କୁ କେସିଙ୍ଗା ବିଜେପି ଟାଉନ ସଭାପତି ପୀଙ୍କୁ ପରିଡ଼ା, ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୂର, ସମ୍ପାଦକ ପ୍ରିତେସ ପଟେଲ,କେସିଙ୍ଗା ସାମ୍ବାଦିକ ମହାସଂଘ ସଭାପତି ଦୟା ସୁନାନୀ ଙ୍କ ସମେତ ସମସ୍ତ ଦଳର ଟାଉନ ସଭାପତି, ବିଜେପି କର୍ମକର୍ତ୍ତା, କେସିଙ୍ଗା ନଗରପାଲ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ଶ୍ରୀଦାସ ଙ୍କୁ ଶୁଭେଛା ଜଣାଇଛନ୍ତି।
