ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଅଂଚଳର ପାହାଡ଼ ଡୁରକା ଡ଼ଙ୍ଗରି ଦୀର୍ଘବର୍ଷ ଧରି ନାମିତ ଅଛି। କିନ୍ତୁ ଟଙ୍କା ଲାଳସା ବ୍ୟକ୍ତି ବିଶେଷଙ୍କ ଆଗରେ ପାହାଡ଼ ଟି ମୁଣ୍ଡ ନୁଆଇଁଛି। ପାହାଡ଼ ତଳୁ ଦୁବୁର୍ତ୍ତ ମାନେ ମେସିନ ସାହାଯ୍ୟରେ ମାଟି ବୋହି ନେଇ ଅନ୍ୟତ୍ର କାମ କରୁଛନ୍ତି। ପ୍ରଶାସନ କିନ୍ତୁ ଜାଣିଶୁଣି ଅଜଣା ଭାବେ ବସିରହିଛି। ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ କିଛି ଠିକାଦାର ମାନୁ ନାହାନ୍ତି। ଯାହାଫଳରେ ଅଂଚଳବାସୀଙ୍କ ମନରେ ଦୁଃଖ ଦେଖିବାକୁ ମିଳିଚି। କାରଣ ଉକ୍ତ ପାହାଡ଼ ଟି ପୂର୍ବପୁରୁଷ ରୁ ଡୁରୁକା ଡ଼ଙ୍ଗରି ନାମରେ ନାମିତ ତାହା ଏକ ଐତିହ ଅଟେ। ମଇଦଲପୁର ଅଂଚଳବାସୀ ଉକ୍ତ ପାହାଡ଼କୁ ଏକ କେନ୍ଦ୍ରବିନ୍ଦୁ ସ୍ୱରୂପ ମାନି ନିଅନ୍ତି, କିନ୍ତୁ ଦୁଃଖର ବିଷୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଏହାର ସୁରକ୍ଷାକୁ ନେଇଁ ଅଂଚଳବାସୀ ଚିନ୍ତିତ ଥିବାବେଳେ ପ୍ରଶାସନକୁ ଅନୁରୋଧ କରିଛନ୍ତି ଏହି ପାହାଡ଼ ର ସୁରକ୍ଷା ନିମନ୍ତେ। କାରଣ ଆଗାମୀ ପୀଡି ଆଉ ଜାଣିପାରିବେନି ଯେ ଆମ ମଇଦଲପୁର ପାଖରେ ପାହାଡ଼ ଟି ଥିଲା ବୋଲି। ଏଣୁ ଜିଲ୍ଲା ପ୍ରଶାସନ ଏଥପ୍ରତି ଗୁରୁତ୍ଵ ଦେବା ପାଇଁ ଦାବି ହେଉଛି।
