ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚିଲା ଯାଦବ ସମାଜ

କୋକସରା/କ୍ରାନ୍ତିକ୍ଷେତ୍ର : ଅସହାୟ ଅବସ୍ଥାରେ ରହୁଥିବା କୋକସରା ବ୍ଳକ ଟେମରା ଗ୍ରାମର ବୃଦ୍ଧା ନେପୁର ଚଣ୍ଡି ଙ୍କୁ ତାଙ୍କ ପଡୋଶୀ ଗାଲି ଗୋଲଜ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଲିଥିଲା। ଏହା ପରେ କୋକସରା ବ୍ଳକ ଯାଦବ ସମିତି ପକ୍ଷରୁ ନିଜ ଜାତିର ଜଣେ ଅସହାୟ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଥିବାରୁ ଆଜି ତାଙ୍କ ପାଖକୁ ପହଞ୍ଚିଲେ। ବ୍ଳକ ଯାଦବ ସମିତିର ସଭାପତି ଦ୍ବାରିକାନାଥ ବାଗଙ୍କ ନେତୃତ୍ବରେ ଏକ ଟିମ୍ ଟେମରା ଗ୍ରାମରେ ପହଞ୍ଚି ବୃଦ୍ଧା ନେପୁର ଚଣ୍ଡିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ବୃଦ୍ଧା ମହିଳାଙ୍କ କେହି ସମ୍ପର୍କୀୟ ନଥିବା ବେଳେ ସେ ଏକୁଟିଆ ରହୁଛନ୍ତି। ଏହାର ସୁଯୋଗ ନେଇ ତାଙ୍କର ଜଣେ ପଡୋଶୀ ବୃଦ୍ଧା କୁ ଗାଲିଗୋଲଜ କରିବା ସହିତ ଧମକ ଚମକ କରୁଥିବାରୁ ଯାଦବ ସମାଜ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବୃଦ୍ଧା ଙ୍କୁ ଆସ୍ବସନା ଦେଇଛନ୍ତି। ଏବଂ ଯାଦବ ସମାଜ ପକ୍ଷରୁ ବୃଦ୍ଧାଙ୍କୁ ଆର୍ଥ ରାଶି ମଧ୍ୟ ସହଯୋଗ କରାଯାଇଛି। ଏଥି ସହିତ ବୃଦ୍ଧାଙ୍କ ଅନ୍ତୋଦୟ ରାସନ୍ କାର୍ଡରେ ସାମିଲି କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। ଏହି ପ୍ରତିନିଧି ଦଳରେ ବ୍ଳକ ସଭାପତି ଶ୍ରୀବାଗ ସମେତ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, କୋଷାଧ୍ୟକ୍ଷ ଗଣେଶ୍ଵର ପୁଞ୍ଜି, କୋକସରା ଆଞ୍ଚଳିକ ସଭାପତି ଖିରାଦ୍ରୀ ବେମାଲ, ଡାଲଗୁମା ଆଞ୍ଚଳିକ ସମ୍ପାଦକ ଡିଙ୍ଗର ଭାଟି, ଛିଲିପାମାଲ ସମ୍ପାଦକ ଡମ୍ବରୁଧର ଖର୍ସେଲ, ଗୋତମୁଣ୍ଡା ଆଞ୍ଚଳିକ ସଭାପତି ତରୁଣ ଗୋପାଳ, ସାନପୋଡାଗୁଡା ଆଞ୍ଚଳିକ ସଭାପତି ତନୁରାମ ଗୋପାଳ, ଆମପାଣି ଜୋନ ଉପ ସଭାପତି ଆନନ୍ଦ ଗୋପାଳ, ସ୍ବେଚ୍ଛାସେବୀ ଧବଳେଶ୍ବର ଗୋପାଳ, ଲକ୍ଷ୍ୟରାମ ପୁଞ୍ଜି ପ୍ରମୁଖ ଉପସ୍ଥିତ ରହିଥିଲେ।