ତୁଜୁଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯ ତମ ବାର୍ଷିକ ଉତ୍ସବ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ଅନ୍ତର୍ଗତ ତୁଜୁଙ୍ଗ ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଡଃ କିଶୋର ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ଗଡତିଆ, ଯୁବ ଉଦ୍ଯେଗି ବିଭୂତି ପ୍ରସାଦ ସାହୁ, ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ତୁମୁଡ଼ିବନ୍ଧ ଇତିହାସ ବିଭାଗ ଅଧ୍ୟାପକ ସୁଶାନ୍ତ କୁମାର ସୁନା, ବିଦ୍ୟାଳୟ ର ପରିଚାଳନା କମିଟି ସଭାନେତ୍ରୀ ରଞ୍ଜିତା ନାଏକ ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀସାହୁ ବାର୍ଷିକ ଉତ୍ସବର ବିବରଣୀ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *