କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ବନ ଖଣ୍ଡ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ନିଜ ଗାଡିରେ କଲ୍ୟାଣସିଂହପୁର ରୁ ରାୟଗଡ଼ା ନିଜ ଘରକୁ ଯିବା ସମୟରେ ଭାରସାମ୍ୟ ହରାଇ ଗାଡ଼ି ରାମପୁର ନିକଟରେ ଏକ ଗଛକୁ ପିଟିହୋଇ ଦୁର୍ଘଟଣା ହୋଇଥିଲା। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଞ୍ଜର ଚନ୍ଦନ ଗମାଙ୍ଗଙ୍କ ଜୀବନ ଚାଲିଯାଇ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଥିଲେ ମଧ୍ୟ କୌଣସି କାରଣରୁ ହୋଇ ପାରିନଥିଲା । ଏହା ପରେ ଚାନ୍ଦିଲି ପୋଲିସ କୁ ଫୋନ୍ କରି ଜଣେଇ ଥିଲେ। ଘଟଣା ସ୍ଥଳେ ସାଙ୍ଗେ ସାଙ୍ଗେ ପୋଲିସ ପହଁଚି ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଜୀବନ ଚାଲି ଯାଇଥିବା ସୂଚନା ମିଳିଛି। ଯାହାକି କଲ୍ୟାଣସିଂହପୁର ଅଞ୍ଚଳର ରାୟଗଡ଼ା ଫୋରେଷ୍ଟ୍ ଡିଭିଜନ ରେ ଶୋକର ଛାୟା ଖେଳି ଯାଇଛି।
