କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରାଠାରେ ପାଟଯାତ୍ରା ନିମନ୍ତେ ଆଜି ଶୁଭଖମ୍ବ ସ୍ଥାପନ ହୋଇଛି। ଏହି ପାଟଯାତ୍ରା ଆସନ୍ତା ଫେବୃଆରୀ ୨ ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରୀ ୪ ତାରିଖରେ ଉଦଯାପିତ ହେବ। ପାଟଯାତ୍ରାରେ ଭୈରବ ଦେବ, ମା ଲଛମା, ରାତି ମାଏ ଦେବୀ, ବୃନ୍ଦା ଭିମା ପ୍ରମୁଖ ଦେବାଦେବୀ ପୂଜା ପାଇବେ। ପୁଝାରୀ ଚିତ୍ରସେନ ମାଝୀ, ଶିରା ସୁରେଶ ମାଝୀ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପାଟଯାତ୍ରାରେ ଟେମରା, ମହିମା, ଘଣ୍ଟିଗୁଡା ଗ୍ରାମର ନେତାମ, କାଶ୍ୟପ ଗୋତ୍ର, ପାତ୍ର, ମାଝୀ ବଂଶୀୟ ପରିବାର ମିଳିତ ଭାବେ ପୂଜା କାର୍ଯ୍ୟ କରୁଛନ୍ତି। ପାଟଯାତ୍ରା ପୂଜାର ସଭାପତି ଭାବେ ସୁଧୀର କୁମାର ପାତ୍ର, ସମ୍ପାଦକ ଲୋକନାଥ ପାତ୍ର, ଟେମରା ଗୌନ୍ତିଆ ଚୁମନ ପାତ୍ର, ମହିମା ଗୌନ୍ତିଆ ଭଦ୍ରେଶ୍ୱର ପାତ୍ର, ଘଣ୍ଟିଗୁଡା ଗୌନ୍ତିଆ ହିମାଞ୍ଚଳ ପାତ୍ର, କ୍ଷିତିରାମ ପାତ୍ର, ଲମ୍ବୋଦର ମାଝୀ, ସୁଦାମ ମାଝୀ, ଦୀନକୃଷ୍ଣ ପାତ୍ର, ନରସିଂ ପାତ୍ର, ତୋଫାନ ପାତ୍ର ପ୍ରମୁଖ ପାଟଯାତ୍ରର ଶୁଭଖମ୍ବ ସ୍ଥାପନ ଅବସରରେ ଉପସ୍ଥିତ ରହିଥିଲେ।
