କଲମପୁର ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ, ସମର୍ଥନ ଜଣାଇଲା କଂଗ୍ରେସ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ରାଜ୍ୟ ବ୍ୟାପୀ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦେଇଥିବାବେଳେ କଲମପୁର ଠାରେ ମଧ୍ୟ ଏହାର ପ୍ରଭାବ ପଡିବା ସହ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ଗାଡି ଚଳାଚଳ ବନ୍ଦ ରହିଥିଲା। ଏହି ବନ୍ଦ ପାଳନକୁ କଲମପୁର ବ୍ଲକ କଂଗ୍ରେସ ଦଳ ସମର୍ଥନ ଜଣାଇଛି। କଲମପୁର ବ୍ଲକ କଂଗ୍ରେସ କମିଟିର ସଭାପତି ତରଣିସେନ ପଟେଲ, ବିପିନ ପ୍ରଧାନି, ଅହମ୍ମଦ ମହମ୍ମଦ, ଜଗନ୍ନାଥ ନାଏକ, ତୀର୍ଥ ରାଜ ଦୁର୍ଗା, ସୌଭାଗ୍ୟ ନାଏକ, ପବିତ୍ର ବାଗ, ଗଣେଶ ରଣା, ଶ୍ୟାମ ସୁନ୍ଦର ନାଗ ପ୍ରମୁଖଙ୍କ ନେତୃତ୍ବରେ ବନ୍ଦ ପାଳନ ସଫଳ କରିଛନ୍ତି। ମଣ୍ଡି ମାନଙ୍କରେ ଧାନ ବିକ୍ରିରେ ଅବ୍ୟବସ୍ଥା, ଟାଟା ପାୱାରର ମନମାନି ନୀତି, ପ୍ରଦୂଷଣ ନାମରେ ଟଙ୍କା ଅସୁଲ ଭଳି ଅନେକ ଅବ୍ୟବସ୍ଥା କୁ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଥିଲା।