ତୁଷୁରା କୁ ହରାଇ ଏଚ୍.ଦ.ବୁଲ ସୁନ୍ଦରଗଡ଼ ଚାମ୍ପିଅନ

ମ, ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗୀରି ଗ୍ରାମଠାରେ ଚାଲିଥିବା ୨୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଧବଳେଶ୍ୱର କପ୍ ର ଫାଇନାଲ ମ୍ୟାଚ ଟି ଏଚ୍ .ଦ. ବୁଲ୍ ସୁନ୍ଦରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ତୁଷୁରା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଷୁରା କୁ ହରାଇ ଏଚ୍.ଦ.ବୁଲ ସୁନ୍ଦରଗଡ଼ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୂଖ୍ୟ ବକ୍ତା ସମାଜ ସେବୀ ଚିତ୍ତ ରଞ୍ଜନ ମଣ୍ଡଳ, ସମ୍ମାନନୀୟ ଅତିଥି ମୋହନଗିରି ଗ୍ରାମ ପଞ୍ଚାୟତ ସରପଞ୍ଚ  ସୁରେନ୍ଦ୍ର ଧରୁଆ, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ଅନୁଷ୍ଠାନ ର ଉପଦେଷ୍ଟା ଶୁକଦେବ ସାହୁ, ବୈଦ୍ୟ ନାରାୟଣ ଭୋଇ, ନୀଲାଞ୍ଚଲ୍ ଭୋଇ, ମୋହନଗିରି ଫାଣ୍ଡି ଅଧିକାରୀ  ମନୋଜ କୁମାର ନାୟକ, ମଧୁସୁଦନ ବିଶ୍ଵାଳ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ସୂର୍ଯ୍ୟନାରାୟଣ ସାହୁ, ଉପ ସଭାପତି  ସୁଦାମ ସେଠ୍, ସମ୍ପାଦକ ଦିବାକର ସାହୁ, ଆୟୋଜକ ସଂପାଦକ ଚନ୍ଦ୍ରଭାନୁ ବେହେରା, ସୁନିଲ କୁମାର ଭୋଇଙ୍କ ନେତୃତ୍ବରେ ଖେଳ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍ ରେ ତୁଷୁରା ଦଳ ଟସ୍ ଜିଣି ବୋଳିଂ ର ନିଷ୍ପତ୍ତି ନେଇଥିଲା। ତୁଷୁରା ପ୍ରଥମେ ବ୍ୟାଟିଂ କରି ୧୬ ଓଭର ରେ ସମସ୍ତ ୱିକେଟ୍ ହରାଇ ୮୦ ରନ୍ ସଂଗ୍ରହ କରିଥିବା ବେଳେ ଏଚ.ଦ.ବୁଲ ଦଳ ଏହି ରନ୍ କୁ ୧୦.୧ ଓଭର ରେ ୫ ୱିକେଟ୍ ହରାଇ ଚେଜ୍ କରି ବିଜୟ ହାସଲ କରି ଧବଳେଶ୍ବର କପ୍ ର ଚମ୍ପିୟାନ ହୋଇଛି। ମ୍ୟାଚ୍ ରେ ଏଚ୍.ଦ.ବୁଲ ଦଳର ପୁରୁଷୋତ୍ତମ ବ୍ୟାଟିଂ କରି ୨୪ବଲ୍ ରେ ୫୨ ରନ୍ ସଂଗ୍ରହ କରି ଏବଂ ବୋଲିଂ ରେ ୨ ଓଭର୍ ରେ ୧୧ ରନ୍ ଦେଇ ୦୨ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ମ୍ୟାନ୍ ଅପ୍ ଦି ସିରିଜ୍ ନାଗ କପୂର୍ ଥାଲା ଘୋଷିତ ହୋଇଥିଲେ। ଏହି ମ୍ୟାଚ୍ ରେ ଶଶିକାନ୍ତ ମାଝୀ ଏବଂ ସ୍ୱପ୍ନେଶ୍ୱର୍ କର୍ମୀ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ସତ୍ୟ ନାରାୟଣ ମହାପାତ୍ରଏଵଂ ରାଧାକାନ୍ତ ବେହେରା ଆମ୍ପେୟାର ଭାବରେ ଖେଳ କୁ କରିଥିଲେ।