ଆଁଇଲିଠାରେ ହିନ୍ଦୁ ସମ୍ମିଳନୀ ତଥା ଗାୟତ୍ରୀ ଯଜ୍ଞ

କୋକସରା/କ୍ରାନ୍ତିକ୍ଷେତ୍ର : ହିନ୍ଦୁ ସମାଜର ନୂତନ ଶକ୍ତି, ଚେତନା ଓ ସ୍ବାଭିମାନ ଜାଗ୍ରତ କରିବା ପାଇଁ ସମଗ୍ର ହିନ୍ଦୁ ସଂଗଠନ ସନାତନ ଧର୍ମ, ସଂସ୍କୃତି, ସାମାଜିକ ଏକତା ନିମନ୍ତେ ଆଜି  କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ଆଁଇଲି ଠାରେ ହିନ୍ଦୁ ସମ୍ମିଳନୀ ତଥା ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଛି। ସୁବାଷ ଚନ୍ଦ୍ର ଅଗ୍ରୱାଲ ଅଧ୍ୟକ୍ଷତା ଅନୁଷ୍ଠିତ ସମ୍ମିଳନୀରେ ବଜେନ୍ଦ୍ର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟବକ୍ତା, ସହଦେବ ନେଗି, ସିତାକାନ୍ତ ବାଗ, ଦେବୀ ପ୍ରସାଦ ସାହୁ, ଅଖିଳ ଚନ୍ଦ୍ର ସାହୁ, ଅକୃର ବାଗ, ସୁନୀତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି କ୍ରମରେ ସତ୍ୟସାଇ ଅନୁଷ୍ଠାନର କଳାହାଣ୍ଡି ଆଦିବାସୀ ସଂଯୋଜକ ପ୍ରେମଲାଲ ସାହୁଙ୍କୁ ସମାଜସେବୀ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ଅବସରପ୍ରାପ୍ତ ଶିକ୍ଷକ ତରୁମଣି ସାହୁ, ଗୋବର୍ଦ୍ଧନ ବାଗ, ପିତାମ୍ବର ରାଉତ, ଅର୍ଜୁନ ସାହୁ, ଭଗବାନ ମାଝୀ, ଟିକେମଣି ମାଝୀ ପ୍ରମୁଖଙ୍କ ସମ୍ମାନିତ କରାଯାଇଥିଲା। ଗ୍ରାମର ସୁବ୍ରତ କୁମାର ସାହୁ, ଅଲେଖ ଚନ୍ଦ୍ର ସାହୁ, ରଶିକ ଲାଲ ମାଝୀ, କୁଞ୍ଜୁ ବିହାରୀ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।