ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଲି ଗାଁରେ ବଡକର୍ଲାକୋଟ ଅଞ୍ଚଳ ଭତରା ସମାଜ ଗୃହ ପ୍ରତିଷ୍ଠା ହୋଇଯାଇଛି। ଯାହାଫଳରେ ଅଞ୍ଚଳରେ ଅନେକ ସମାଜିକ କାର୍ଯ୍ୟକ୍ରମ, ବୈଠକ ତଥା ଅନ୍ୟ କାର୍ଯ୍ୟକ୍ରମରେ ସୁବିଧା ହେବ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଇନଜିବୀ ଗଙ୍ଗାଧର ପାତ୍ର କାର୍ଯ୍ୟ ସମ୍ପାଦନ କରିଥିଲେ। ସମ୍ମାନୀୟ ଅତିଥି ରୂପେ ବ୍ଳକ ଆଦିବାସୀ ସଂଘର ସଭାପତି ମନୋଜ ପାତ୍ର, ସ୍ଥାନୀୟ ସରପଞ୍ଚ ଚଞ୍ଚଳା ନାଏକ ତଥା ଅଞ୍ଚଳର ଅନେକ ସାମାଜିକ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
