ଧର୍ମପରାୟଣ ମହିଳାଙ୍କ ଅକାଳ ବିୟୋଗ

ଜୁନାଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳମଲା ଗ୍ରାମର ଧର୍ମପରାୟଣ ମହିଳା ହାରାବତି ନାଏକଙ୍କ ଆଜି ଅପରାହ୍ନରେ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁ ବେଳକୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅଣ୍ଟା ଭାଙ୍ଗି ଯିବାରୁ ଚିକିତ୍ସା ହୋଇ ଘରେ ଶଯ୍ୟାଶାୟୀ ଥିଲେ। ବାର୍ଦ୍ଧକ୍ୟ ଯୋଗୁଁ ଆଉ ଭଲ ହୋଇ ପାରି ନ ଥିଲେ। ଶେଷରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ସେ ତଳମଲା ଗ୍ରାମର ଗୌନ୍ତିଆ ପରିବାର ର ମଝିଆ ବୋହୂ ହୋଇ ଥିବାବେଳେ ଶାନ୍ତ ଶିଷ୍ଟ, ଭଦ୍ର ନମ୍ର ଓ ଧର୍ମ ପରାୟଣ ମହିଳା ଥିଲେ। ତାଙ୍କ ମୃତ୍ୟୁ ରେ ଅନେକ ଲୋକ ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ ପରିବାର ପରିଜନ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ମୃତ୍ୟୁ ସମୟରେ ନାତି ସୁରଜ ନାୟକ, ନାତି ବୋହୂ ସୁଭାଷିନୀ ନାଏକ, ପୁତ୍ର ବୋହୂ କାଞ୍ଚନୀ ନାଏକ, ବଡ଼ ଜ୍ବାଇଁ ଚନ୍ଦ୍ର ଶେଖର ନାଏକ, ବଡ଼ ଝିଅ ଚାରୁଲତା ନାଏକ, ସୁରେନ୍ଦ୍ର ନାଏକ, ମମତା ନାଏକ, ଜିତେନ୍ଦ୍ର ନାଏକ,ଭୂମିସୂତା ନାଏକ ସମେତ ଅନେକ ଉପସ୍ଥିତ ଥିଲେ। ଶେଷ ରେ ଗ୍ରାମ ର ନଦୀ ରେ ଶବ ଦାହ କରାଯାଇଥିବା ବେଲେ ନାତି ସୁରଜ ନାଏକ ଓ ବୁଡୁ ମଶ୍ରା ମୁଖାଗ୍ନି ଦେଇଥିଲେ।