ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର : ଅଗ୍ରଣୀ ବ୍ୟାଙ୍କ ଓ ଏଫ.ଏଲ.ସି.ସି ନବରଙ୍ଗପୁର ପକ୍ଷରୁ ନବରଙ୍ଗପୁର ବାଳିକା ସ୍ନାତକ ମହାବିଦ୍ୟାଳୟ ଓ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଆର୍ଥିକ ଓ ଡିଜିଟାଲ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଆର.ବି ଆଇ ନିର୍ଦେଶ ମୁତାବକ ଅଗ୍ରଣୀ ବ୍ୟାଙ୍କ, ନାବାର୍ଡ ଏବଂ ଏସ.ବି.ଆଇ କୋଷାଗୁମୁଡା ଓ ଧାନଫାଉଣ୍ଡେସନ ସହଯୋଗରେ ଏଫ.ଏଲ.ସି. ସି ନବରଙ୍ଗପୁର ପକ୍ଷରୁ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କିପରି ଖାତା ଖୋଲିବା, ନିଷ୍କ୍ରିୟ ହୋଇଥିବା ଖାତାର ପୁନଃ ପ୍ରମାଣି କରଣ, ଆର୍ଥିକ ଯୋଜନା କିପରି ପ୍ରସ୍ତୁତି କରିବା ସହ ସଂଚୟ ଓ ନିବେଶ କିପରି କରିବେ। କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ବୀମା ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବାର୍ଷିକ ୪୩୬ ଟଙ୍କାରେ ୨ ଲକ୍ଷ୍ୟ ଟଙ୍କା ଆର୍ଥିକ ରାଶି ବୟସ ସୀମା ୧୮ ରୁ ୫୦ ବର୍ଷ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ଜନିତ ବୀମା ରାଶି ବାର୍ଷିକ ୨୦ ଟଙ୍କାରେ ୨ ଲକ୍ଷ୍ୟ ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ବୟସ ସୀମା ୧୮ ରୁ ୭୦ ବର୍ଷ, ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ସମସ୍ତେ ଅନ୍ତର୍ଭୁକ୍ତ ହୋଇ ପରିବା। ସାଇବର ସିକୁରିଟି, ଡିଜିଟାଲ ବ୍ୟାଙ୍କିଙ୍ଗ ,ବିଭିନ୍ନ ପ୍ରକାର ଠୋକେଇ, ଋଣ ସମ୍ବନ୍ଧରେ, ଏବଂ ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଏଫ.ଏଲ.ସି ନିର୍ଦେଶକ ବିମଳ କିଶୋର ମହାନ୍ତି, ମୁଖ୍ୟ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଗୋପାଳ କୃଷ୍ଣ ପଣ୍ଡା, ଏଫ.ଏଲ.ସି ତନ୍ମୟ ଦାସ, କୋଷାଗୁମୁଡା ଏସ. ବି. ଆଇ ଶାଖା ପରିଚାଳକ ନୂତନ ପାଢ଼ୀ, ସ୍ଥାନୀୟ ସରପଞ୍ଚ ରାଧା ମାଝୀ, ଧାନ ଫାଉଣ୍ଡେସନ ସିଏଫଏଲ କୋଡିନେଟର, କଲେଜ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ, ଆସୋସିଏଟ ଶାନ୍ତନୁ ଚାନ୍ଦ, ସ୍ଥାନୀୟ ସି.ଏସ.ପି କର୍ମକର୍ତା, ଏମ. ବି. କେ, ସି. ଆର. ପି, ସମେତ ବହୁ ଜନ ସାଧାରଣ ଉପସ୍ଥିତ ରହିଥିଲେ।
