କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ମୋଟେର ଗ୍ରାମ ପଞ୍ଚାୟତ କୁସୁମଖୁଣ୍ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ ସୁଶୀଲ କୁମାର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ବାଦିକ ହିରଣ୍ୟ ବେହେରା ମୁଖ୍ୟବକ୍ତା, ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା, ସୁଦର୍ଶନ ବେହେରା, ବେଣୁଧର କାଣ୍ଡ, ଲିଙ୍ଗରାଜ ବେହେରା, ଘନଶ୍ୟାମ ଦାସ, କପୁରଚନ୍ଦ ଘି, ବନିତା କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଛାତ୍ରଛାତ୍ରୀଙ୍କ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ବେହେରା ଓ ଶିକ୍ଷୟତ୍ରୀ ବିଜୟ ଲଷ୍ମୀ ସିଂହ ମଞ୍ଚ ପରିଚାଳନା କରିଥିବା ଥିଲେ। ଶିକ୍ଷକ ଜ୍ୟୋତିର୍ମୟ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଅଭିଳାଷ ଚନ୍ଦ୍ର ସାହୁ, ଆଦିତ୍ୟ ବଗର୍ତ୍ତୀ ପରିଚାଳନାରେ ସହଯୋଗ କରିଥିଲେ।
