ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକାମ୍ବା ପଞ୍ଚାୟତ ଗୋରାମ୍ବା ଗ୍ରାମର ଦୁଇ ବିଧବା ମହିଳା ରଇବାରି ଭତରା (୪୪) ଓ ବୈଶାଖୀ ଭତରା(୩୫) ଆଜି ଯାଏଁ ବିଧବା ଭତ୍ତା ରୁ ବଞ୍ଚିତ ରହିଛନ୍ତି । ସୂଚନା ଯୋଗ୍ୟ ରଇବାରୀଙ୍କ ସ୍ୱାମୀ ମୃତ୍ୟୁକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ବିଧବା ଭତ୍ତା ଖଣ୍ଡେ ପାଇ ପାରିନାହାନ୍ତି ।ପରିବାରରେ ୨ପୁଅ ଓ ୨ଝିଅ ରହିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ରଇବାରୀ ହିଁ ପୁଅ ଝିଅକୁ ସମ୍ଭାଲୁଛନ୍ତି । ରହିବା ପାଇଁ ତାଙ୍କ ପାଖରେ ଭଲ ଘର ଖଣ୍ଡେ ନାହିଁ ।ସେହିପରି ବୈଶାଖୀଙ୍କ ସ୍ୱାମୀଙ୍କୁମଧ୍ୟ ବର୍ଷେ ରୁ କମ ସମୟ ହୋଇଥିଲେ ମଧ୍ୟ ବିଧବା ଭତ୍ତା ମିଳିପାରିନାହିଁ । ସ୍ୱାମୀଙ୍କୁ ହରାଇ ବୈଶାଖୀ କୁନି କୁନି ଦୁଇ ପୁଅଝିଅ ଙ୍କ ସହିତ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ଉଭୟେ ବିଧବା ହୋଇ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ କୁଲି ମଜୁରୀ କରି ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି । ଭତ୍ତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନେକ ଥର କାଗଜ ପତ୍ର ଦେଇ ଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ ।ତେଣୁ ପ୍ରଶାସନ ଯଥାଶୀଘ୍ର ଏହି ଅସହାୟ ବିଧବାଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହୋଇଛି ।
