ଭାରତୀୟ ଜନତା ପାର୍ଟିର ଦାୟିତ୍ଵ ବଣ୍ଟନ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ତେନ୍ତୁଳିଖୁଣ୍ଟି ମଣ୍ଡଳରେ ସାଂଗଠାନିକ ଦାୟିତ୍ଵ ରାଜ୍ୟ ସଭାପତି ମନମୋହନ ସାମଲ ସାଂଗଠାନିକ ସମ୍ପାଦକ ମାନସ କୁମାର ମହାନ୍ତି ଓ ଜିଲ୍ଲା ଭାଜପା ସଭାପତି କୁଞ୍ଜ ବିହାରୀ ଦାସଙ୍କ ଅନୁମୋଦନ କ୍ରମେ ପ୍ରଦାନ କରାଯାଇଛି। ମଣ୍ଡଳ ସଭାପତି ଭାବେ ପ୍ରଶାନ୍ତ କୁମାର ନାୟକ, ଉପ ସଭାପତି ଭାବେ ପ୍ରଦୀପ ସାହା,ରଶ୍ମିତା ନାୟକ, ଦୂର୍ମନ ବିଶୋଇ, ସିମଞ୍ଚଳ ସିଂ, ଭାଗ୍ୟବତୀ ହରିଜନ, ବାଳ କୃଷ୍ଣ ବିଶୋଇ, ସାଧାରଣ ସମ୍ପାଦକ ଭାବେ ବାବୁଲା ନାୟକ, ଓ ଚନ୍ଦ୍ର ଶେଖର ଜେନାଙ୍କୁ ଦାୟିତ୍ଵ ଦିଆଯାଇଛି। ସମ୍ପାଦକ ଭାବେ ଦିଲୀପ ନାୟକ, ଝରଣା ମୁଦୁଲି, ଦାଶରଥି ନାୟକ, ଗୋପାଳ କୃଷ୍ଣ ନାୟକ, ଲଛମନ ମାଝୀ, ମଙ୍ଗଳ ଦାନ ହରିଜନ ଓ କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ନାୟକ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଜାତି ସମୀକରଣ ଉପରେ ଜୋର୍ ଦିଆଯାଇଥିବା ଦେଖାଯାଇଛି।