ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅନ୍ତର୍ଗତ ପୂର୍ଲା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଜେପି ଜିଲ୍ଲା ସମ୍ପାଦକ ଫିରୋଜ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ବିଜେପି ବରିଷ୍ଟ ନେତା ସନା ମାଝୀ, ଜଗଦୀଶ କଳାର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହ କ୍ରୀଡ଼ାର ଆବଶ୍ୟକତା ରହିଥିବା କହିଥିଲେ। ବୈଠକର ପରିଚାଳନା ଶିକ୍ଷକ ଶରତ କୁମାର ଗିରି କରିଥିଲେ। ବିଧାୟକ ଶ୍ରୀଭତ୍ରା ପତାକା ଉତ୍ତୋଲନ କରି କ୍ରୀଡ଼ାର ଶୁଭାରମ୍ଭ କରିଥିଲେ। କ୍ରୀଡା ଶିକ୍ଷକ ସୁବାଷ ଚନ୍ଦ୍ର ଜେନା ଖେଳ ପରିଚାଳନା କରିଥିବାବେଳେ ଶିକ୍ଷକ ଚାପାଧାରୀ ସାମଲ, ଅଜୟ କୁମାର ନନ୍ଦ, ଅଶୋକ କୁମାର ଦାଶ, ଦୀପକ କୁମାର ମିସ୍ତ୍ରୀ,ସୁବ୍ରତ ସରକାର, ମୁକୁନ୍ଦ ଭତ୍ରା, ରଂଜନ କୁମାର ଶାସମାଲ, ଅଭୟ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ।
