ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳ ହାତୀ ମୃତ୍ୟୁ ଘଟଣାରେ ବାଲିଗୁଡ଼ା ବନଖଣ୍ଡ ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ ହୋଇଛନ୍ତି । ହାତୀ ମୃତ୍ୟୁ ଘଟଣାକୁ ଲୁଚାଇ ଉକ୍ତ ହାତୀର ମୃତ୍ୟୁ ହୋଇ ନଥିବା ଏକ ରିପୋର୍ଟ ବନାଇ ବନ ଖଣ୍ଡ ଅଧିକାରୀ ଘନ ଶ୍ୟାମ ମହାନ୍ତଙ୍କୁ ହସ୍ତାନ୍ତର କରି ଥିଲେ। ଏହି ଘଟଣାରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏସିଏଫ ଙ୍କୁ ନିଲମ୍ବିତ କରାଯାଇଛି। ଡେପୁଟି ରେଞ୍ଜର ବିନୟ କୁମାର ବିଶି ମୃତ୍ୟୁ ହାତୀ ଟିକୁ ୩୨ ଘଣ୍ଡ କରି ବିଭିନ୍ନ ଜାଗାରେ ପୋତି ଦେଇ ଥିଲେ। ଏ ସଂକ୍ରାନ୍ତରେ ଡ୍ରାଇଭର ହୃଷିକେଶ ପଣ୍ଡାକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ୮ ଜଣ ସ୍କୁୱାର୍ଡଙ୍କୁ ୩୫୩ରେ ନୋଟିସ କରାଯାଇଛି। ଗୋଟିଏ ଜେସିବି, ଦୁଇଟି ବୁଲେର କୁ ଜବତ କରାଯାଇଛି। ଡେପୁଟି ରେଞ୍ଜର ବିନୟ କୁମାର ବିଶି ଫେରାର ହୋଇଛନ୍ତି। ସୂଚନା ଥାଉକି ଗତ ୫ ତାରିଖରେ ବେଲଘର ବନାଞ୍ଚଳରେ ମୁଣ୍ଡୁଟି ଜଙ୍ଗଲରେ ମୃତ ହାତୀ ଟିକୁ ଖଣ୍ଡ ଖଣ୍ଡ କରି ପ୍ରଥମେ କଡ଼ାପାନା ନର୍ସରୀରେ ପୋତା ଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଡେପୁଟି ରେଞ୍ଜର ସେଠାରୁ ହାତୀ ସବକୁ ନିଜ ଗ୍ରାମ କଳାହାଣ୍ଡି ଜିଲ୍ଲା କେସିଙ୍ଗା କାଣ୍ଟେସିର ଗ୍ରାମ ଚେକ ଡେମ ନିକଟରେ ୭ ଫୁଟ ଗାତ ଖୋଳି ପୋତି ଦେଇ ଥିଲେ। ହାତୀ ମୃତ୍ୟୁର ତଦନ୍ତ ଭାର ନେଇ ଥିବା ଭୁବନେଶ୍ୱର ୱାଇଲଡ ଲାଇଫ ଟାସ୍କ ଫୋର୍ସ ଟିମ ହାତୀ ମୃତ ଦେହ ଠାବ କରିବାରେ ସକ୍ଷମ ହୋଇଥିଲେ।
