ଗୋମାତାକୁ ରାଷ୍ଟ୍ର ମାତା ଦାବିରେ ସାମୁହିକ ଉପବାସ

ବେହେରା/କ୍ରାନ୍ତିକ୍ଷେତ୍ର  (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ମିଶନ ଶକ୍ତି ଆନୁକୂଲ୍ୟରେ ମାଘ ପୂର୍ଣମୀ ଅବସରରେ ଗୋମାତାକୁ ରାଷ୍ଟ୍ରମାତା ନିମନ୍ତେ ସାମୁହିକ ଉପବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌରାଣିକ ମତରେ ଗୋମାତା ଦେହରେ ତେତିଶ କୋଟି ଦେବା ଦେବୀ ରହିଥିବା ସର୍ବସାଧାରଣ ରେ ଚର୍ଚ୍ଚା ହୁଏ, ହେଲେ ଅଧୁନା ଗୋହତ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି, ଗୋହତ୍ୟା ରୋକିବାରେ ସରକାର ଓ ପ୍ରଶାସନ ଫେଲ ମାରୁଥିବା ସବୁଠି ଆଲୋଚନା ହୁଏ!କିନ୍ତୁ ରାଷ୍ଟ୍ର ମାତା ଦାବିନେଇ ଏପଟେ ସ୍ୱର ଉଠିଲାଣି, ଏହା ଉପରେ ସରକାର ଙ୍କ କି ପଦକ୍ଷେପ ରହିବ ତାହା ସମୟ ସାପେକ୍ଷ୍ୟ!ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ସଭାପତି ପଙ୍କଜିନୀ ମେହେର, ବୀଣା ଦୁର୍ଗା, ସଂଯୁକ୍ତା ସିଂ, କେତକୀ ମେହେର, ଗୀତାଞ୍ଜଳି ଗୋପାଳ, ଝୁନି ଗୋପାଳ, କୁନ୍ତୀ ପାତ୍ର ସମେତ ମିଶନ ଶକ୍ତି ମା ମାନେ, ତତ ସହ ମୋଟେର ମଣ୍ଡଳ ଜୋନ ବିଜେପି ସଭାପତି ଧର୍ମବ୍ରତ ପଣ୍ଡା, ଆମପାଣି ଜୋନ ସଭାପତି ମଧୁବନ ପାତ୍ର, କୋକସରା ଜୋନ ସଭାପତି ବସନ୍ତ ନାଗ, ଶିବ ମନ୍ଦିର ପୂଜକ ଶ୍ରୀଧର ଧରୁଆ ଓ ଗଜେନ୍ଦ୍ର ଧରୁଆ ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କରିଥିଲେ