ବାଇକ୍ ଚଢ଼ି ଅପହଞ୍ଚ ଦୁର୍ଗମ ଅଞ୍ଚଳର ସମସ୍ୟା ପରିଦର୍ଶନ କଲେ ଜିଲ୍ଲାପାଳ ବେଦ ଭୂଷଣ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର :  ବାଇକ୍ ଚଢ଼ି ଦୁର୍ଗମ ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ପାଇଁ ଦୃଷ୍ଟି ଆକର୍ଷଣ କଲେ ଜିଲ୍ଲାପାଳ ବେଦ ଭୂଷଣ। ସୂଚନା ମୁତାବକ ତୁମୁଡ଼ିବନ୍ଧ ବ୍ଲକ୍ ଦୁର୍ଗମ ଅଞ୍ଚଳ ବେଲଘର, ଗୁମା ଝିରିପାଣି, ଲଙ୍କାଗଡା ଓ ଭଣ୍ଡରଙ୍ଗି ପଞ୍ଚାୟତ ଗୁଡ଼ିକ ଜିଲ୍ଲାପାଳ ନିଜେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଘଟଣା ଏବେ ବେଶ୍ ଚର୍ଚ୍ଚାରେ। ରାଜ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରୁ କନ୍ଧମାଳ ଜିଲ୍ଲା ଅନ୍ୟତମ। କନ୍ଧମାଳ ଜିଲ୍ଲାର ଏମିତି କିଛି ବ୍ଲକ୍ ଅଞ୍ଚଳ ରହିଛି ଯେଉଁଠି ଆଜି ସରକାରୀ ଯୋଜନାର ସୁବିଧା ସଠିକ୍ ଭାବେ ପହଞ୍ଚି ପାରିନି। ସ୍ଵାଧୀନତାର ଦୀର୍ଘ ବର୍ଷ ବିତିଯାଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ର ଆଦିବାସୀ ଅଧୁଷିତ ଅଞ୍ଚଳ ବେଲଘର, ଗୁମା, ଝିରିପାଣି ଧୂଡସି ଗ୍ରାମ ଗୁଡ଼ିକରେ ସୁବିଧା ମିଳିପାରୁନଥିବା ଖବର ପାଇ ଏହାକୁ ଗୁରୁତ୍ୱ ସହ ନେଇ ଗ୍ରାମବାସୀଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବା ପାଇଁ ଜିଲ୍ଲାପାଳ ବେଦଭୂଷଣ ଉପଖଣ୍ଡ ସମସ୍ତ ଅଧିକାରୀଙ୍କୁ ନେଇ ଅପହଞ୍ଚ ସ୍ଥାନରେ ଏକ ବାଇକ ଯୋଗେ ଅଣ ଅସାରିଆ ରାସ୍ତା ରେ ନିଜେ ବାଇକ ଚଲାଇ ଲୋକଙ୍କ ସମସ୍ୟା ଦେଖୁବାକୁ ବାହାରି ପଡ଼ିଥିଲେ। ଜିଲ୍ଲାପାଳଙ୍କ ଏଭଳି ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ସିଧାସଳଖ କଥା ହୋଇ ସୁବିଧା ଅସୁବିଧା ବୁଝି ଥିଲେ। ଏବଂ ଦୀର୍ଘଦିନର ଅନେକ ସମସ୍ୟା ସମାଧାନ ହେବ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇ ଫେରିଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ଏହି ଗସ୍ତ ଦେଖି ଲୋକଙ୍କ ମନରେ ଅନେକ ଦିନର ଦୁଃଖ ଦୂର ହେବା ନେଇ ଆଶା ଓ ବିଶ୍ୱାସ ଜାଗ୍ରତ ହୋଇ ଅଛି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ବେଦ ଭୂଷଣ ସମେତ ତୁମୁଡିବନ୍ଧ ବିଡ଼ିଓ ବନବିହାରୀ ହରପାଲ,କୋଟଗଡ଼ ବିଡ଼ିଓ ଶୁଭକାନ୍ତ ବାଲିଗୁଡା ପିଆଇଟିଡିଏ କୃପାସିନ୍ଧୁ ବେହେରା ଏବଂ ଅନେକ ଅଧୁକାରୀଗଣ ଉପସ୍ଥିତ ରହି ଥିଲେ।