ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ନୁନପୁର ଗ୍ରାମ ପଞ୍ଚାୟତର ନୁନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ରଞ୍ଜିତା ସିଂହଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ମୁଖ୍ୟବକ୍ତା ମ ,ରାମପୁର ମହା ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଭବାନୀ ଶଙ୍କର ଯୋଶୀ, ଏବିଇଓ ଜୟ ସେନ ନିଆଲ୍, ଏଇଇ ବଳ ବିନ୍ଦର ସିଂହ ଯାଦବ, ବମକ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସବିତା ରଣା ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରକାଶ ସେଠୀ, ତିମତି ମାଝୀ, ସୁନସୂତା ହାତୀ, ରାମେଶ୍ବର ପ୍ରସାଦ ସାହୁ,ବିନୟ ପଧାନ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
