ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ହୋଇଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଆଜି ୪ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ବେଲଘର ଝିରିପାଣିର ଦୁଇ ଜଣ ଶିକାରୀ ସମେତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟର ଦୁଇ ଜଣ ସାମିଲ ଅଛନ୍ତି। ଆଜି ଗିରଫ ହୋଇଥିବା ଚାରି ଜଣ ହେଲେ ବେଲଘର ଅଞ୍ଚଳର ଶିକାରୀ ଥବିର ପାତ୍ର, ସିକସନ ପାତ୍ର ଓ କେସିଙ୍ଗା ଅଞ୍ଚଳର ଦୁଇ ଗାଡ଼ି ଡ୍ରାଇଭର ଅଲେଖ ହିଆଲ ଏବଂ ଦୁଷ୍ମନ୍ତ ପୋଡ଼। ଏମାନଙ୍କ ପାଖରୁ ଦୁଇଟି ପିକଅପ ଡାଲାଗାଡ଼ି, ତିନୋଟି ବନ୍ଧୁକ, ବିଦୂତ ତାର, ସର ଓ କିଛି ପଶୁ ମାଂସ, ହାଡ଼ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଏମାନଙ୍କୁ ଦୁଇଦିନ ହେବ ଆଣି ତଦନ୍ତ କରିବା ପରେ ଆଜି ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଘଟଣାରେ ଆଉ ତିନିଜଣଙ୍କୁ ଗିରଫ କରି କୋଟ ଚାଲାଣ କରାଯାଇଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୭ଜଣଙ୍କୁ ଗିରଫ କରିବା ସହ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କ ନିଲମ୍ବିତ କରାଯାଇଛି ଓ ବେଲଘର ଡେପୁଟି ରେଞ୍ଜର ବିନୟ ବିଶିଙ୍କୁ ନିଲମ୍ବିତ କରାଇଛି କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି ।
