ରାୟଗଡ଼ା ଓ୍ବାକର୍ସ କ୍ଲବ୍ ପକ୍ଷରୁ କ୍ୟାନସର ସଚେତନତା

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ପ୍ରେମ ପାହାଡ଼ ସ୍ଥିତ ଓ୍ବାକର୍ସ କ୍ଲବ୍ ଦ୍ୱାରା ପ୍ରେମ ପାହାଡ଼ ଉପରେ ଥିବା କମ୍ଯୁନିଟ ହଲରେ କ୍ଲବ୍ ର ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସଦର ମହକୁମା ହସପିଟାଲର ଡାକ୍ତର ଡି.କେ. ଦେବ, ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ବିଭିନ୍ନ ପ୍ରକାର କ୍ୟାନସର, କ୍ୟାନସର ରୋଗର କାରଣ, ଉତ୍ପତ୍ତି ଓ ନିରାକରଣ ବିଷୟରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ମଦ, ଗୁଟଖା, ସିଗାରେଟ୍ ଇତ୍ୟାଦି ମାଦକ ଦ୍ରବ୍ୟ ସେବନରେ କ୍ୟାନସର ରୋଗର ମୂଖ୍ୟ କାରଣ ବୋଲି କହିବା ସଙ୍ଗେ ସଙ୍ଗେ ଏହି ରୋଗ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ତଥା ମୂଖ୍ଯ ସଂଯୋଜକ ସତ୍ୟବାଦୀ ପତି, ଏ.ଭି.ପି.  ଅଭିମନ୍ୟୁ ନାୟକ, ଆଞ୍ଚଳିକ ସଂଯୋଜକ ଟି. ଜୟରାମ, ପୂର୍ବତନ ସଭାପତି ଦାଶରଥି ରାଜଗୁରୁ ଓ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଡି. ଜି. (ଇଲେକ୍ଟ) ପ୍ରତାପ ଚନ୍ଦ୍ର ବାଉରି, ଭାଇସ ଡି. ଜି.  ଶଙ୍କର୍ଷଣ ମଙ୍ଗରାଜ, ସମ୍ପାଦକ ମନ୍ମଥ ତୁଳ ଓ କୋଷାଧ୍ୟକ୍ଷ  ଗୋପାଳ ଜୈନ ତଥା ଅନ୍ୟ ସମସ୍ତ ଓ୍ବାକର ସଦସ୍ୟମାନେ ଉପସ୍ଥିତ ଥିଲେ ।