ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ପଞ୍ଚାୟତ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନେ ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନରାଓ କଣ୍ଡାଗରୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଦେବଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ୱର ଗରଡ଼ା ଉପସ୍ଥିତ ରହିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଜାଡ୍ଡୀ ଏଣ୍ଡୁ, ଡଃ ପ୍ରମୋଦ କୁମାର ମିଶ୍ର (କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର), ବୋମି ମାଧବ ରାଓ, ସ୍ଥାନୀୟ ସରପଞ୍ଚ କୁମାରୀ ଶାନ୍ତି କଣ୍ଡାଗରୀ ଜି.ଶିବା ପ୍ରସାଦ, ଶରତ କରକରିଆ ମାଝିଗୁଡ଼ା ମଣ୍ଡଳ ସାଧନା ଅଧିକାରୀ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳେନ୍ଦୁ ଜିଏନ ମଞ୍ଚାସିନ ରହିଥିଲେ। ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଓ ନାଟକ ପରିବେଶଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ଉତ୍ସବ ଅବସରରେ ଅତିଥିମାନେ ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ରୀଡା, ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିବେଶ ପାଇଁ ଏକ ସ୍ମରଣୀୟ ଦିନ ରୂପେ ପରି ଗଣିତ ହୋଇଥିଲା।
