ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଅଧପନ୍ତରିଆରେ ନିୟମଗିରି ଡଙ୍ଗରିଆଙ୍କ ପିଏମ ଜନମନ ଆବାସ ଗୃହ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ। ଏହି ବ୍ଲକରେ ବସବାସ କରୁଥିବା ନିୟମଗିରି ପାହାଡ଼ର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ମାନେ ଦୀଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ବେଶ ପରିଚିତ। ଏହି ନିୟମଗିରିର ଆଦିମ ଜନଜାତୀ ଡଙ୍ଗରିଆ କନ୍ଧ ମାନଙ୍କୁ ମୂଖ୍ଆୟ ସ୍ରୋତକୁ ଆଣିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି। ଏହି ଜନଜାତୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଓପିଲିପି, ଆଇଫର୍ଡ, ଆଇଟିଡିଏ ଭଳି ସରକାରୀ ଓ ବେସରକାରୀ ସଂସ୍ଥା ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ତଦାରଖ କରି ଡଙ୍ଗରିଆଙ୍କ ବିକାଶ କରିବାକୁ ପ୍ରାୟ ଚାଳିସି ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଆସୁଛନ୍ତି। କିନ୍ତୁ ଟଙ୍କା ହେଉଛି ଡଙ୍ଗରିଆ କନ୍ଧଙ୍କ ବିକାଶ ହବାର ନା ଗନ୍ଧ ହେଉନି। ଆଜି ବି ପୁରୁଣା ସରକାର ବଦଳି ନୁଆ ସରକାର ଆସିବା ପରେ ମଧ୍ୟ ନିୟମଗିରି ଅଞ୍ଚଳରେ ସରକାରଙ୍କ ପିଏମ ଜନମନ ଆବାଗୃହ ଯୋଜନାର କାର୍ଯ୍ୟରେ ସରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଏହି ନିୟମଗିରିର ପାର୍ସାଲି ପଞ୍ଚାୟତର ଲାଖପଦର, ଡଙ୍ଗାମାଟି, ପାର୍ସାଲି, ଫାକେରି, ତୁଟା, ନିଶିଖାଲ ଭଳି ଗାଁ ମାନଙ୍କର ପ୍ରାୟ ଦୁଇ ବର୍ଷ ହେଲାଣି ସରକାରଙ୍କ ପ୍ଏମ ଜନମନ ଆବାସ ଗୃହ ଗୁଡିକ ଅଧା ପନ୍ତରିଆରେ ରହି ଜାଇଛି। ଲାଖପଦର ଗାଁର ସିକକା କାଙ୍ଗୁ, ଡ୍ରିଜୁଁ କୃଷକା, ଜଦି ଜାକେଶିକା, ଲୁଦୁ କୁରଙ୍ଗେଲିକା, ଲର ସିକକା, ବାମୁଣୁ କାଡ୍ରାକା, ବୁଦୁକା ସିକକା, ଭିମ ସିକକା, ସୁକ୍ରୁ ସିକକା, ମୁଗୁରି ସିକକା, ଚିକୁନୁ ସିକକା, ମାନୁ ସିକକା, ମାଳତି ସିକକା, ଡ୍ରୁକୁ ସିକକା ଡଙ୍ଗାମାଟି, ତୁଟା, ଫାକେରି ଗାଁର, ଡ୍ରିକା କାଡ୍ରାକା ଜଦି ଜିସକା, ଇଲମେ କରସିକା, କୁମ୍ବରାଡି କରସିକା, ବାଙ୍ଗାରି ସିକକା, ସିନା, କାଡ୍ରାକା, ମେଣ୍ଡି ସିକର୍, ସିତା ଜାକେଶିକା ଡଙ୍ଗରିଆ କନ୍ଧ ମାନଙ୍କ ର ପିଏମ ଜନମନ ଆବାସ ଗୃହ ଗୁଡିକ କାହାର ଲିଣ୍ଟେଲ ଲେବେଲ ତ କାହାର ଫାଉଣ୍ଡେସ ପର୍ଯ୍ୟନ୍ତ କାର୍ଯ୍ୟକରି ପ୍ରଶାସନ କର୍ମଚାରୀ ଓ ଠିକାଦାର ମିଳତରେ ଅଧାପନ୍ତରିଆ କରି ଛାଡି ଦେଇଛନ୍ତି। ଡଙ୍ଗରିଆ କନ୍ଧ ଡ୍ରିକା କାଡ୍ରାକା, ଶାମ୍ବା ସିକକା, ସିକକା କାଙ୍ଗୁ, ଡ୍ରିଜୁଁ କୃଷକା, ଜଦି ଜାକେଶିକା କହିବା ଅନୁଯାୟୀ ଏମାନଙ୍କ ପିଏମ ଜନମନ ଆବାସ ଗୃହ କାହାର ଫାଉଣ୍ଡେସନ ଲେବଲ କରାହେଇଛି ସେମାନଙ୍କ ଠାରୁ ସତୁରି ହଜାର ଓ ଜାହାର ଲିଣ୍ଟେଲ ଲେବେଲ ପର୍ଯ୍ୟନ୍ତ କରା ହେଇଛି ସେମାନଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା ଲେଖାଏଁ ନିରିହ ଡଙ୍ଗରିଆ ମାନଙ୍କ ଠାରୁ ମାଗି ନେଇଯାଇ ତାପରେ ପ୍ରଶାସନ କର୍ମଚାରୀ ଓ ଠିକାଦାରଙ୍କ ଦେଖା ମିଳୁନଥିବା ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି। ଠିକାଦାର କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହେଉ ନଥିବା ଡ୍ରିଜୁଁ କୃଷକା, ଡ୍ରିକା କାଡ୍ରାକା କହିଛନ୍ତି। କାର୍ଯ୍ୟ ଆରମ୍ଭ କରି ଦୁଇବର୍ଷ ବିତି ଗଲାଣି କିନ୍ତୁ ଡଙ୍ଗରିଆ କନ୍ଧ ମାନଙ୍କ ପିଏମ ଜନମନ ଆବାସ ଗୃହ ସମ୍ପୁର୍ଣ୍ଣ ହୋଇ ପାରୁନି। ଏଭଳି କାର୍ଯ୍ୟ ସମ୍ପୁର୍ଣ୍ଣ କରୁନଥିବାରୁ ଡଙ୍ଗରିଆ କନ୍ଧ ମାନେ ଏକତ୍ରିତ ହୋଇ କାର୍ଯ୍ୟ କରୁଥିବା ଠିକାଦାରଙ୍କ ନାମରେ କଲ୍ୟାଣସିଂହପୁର ଥାନାରେ ଏକ ଲିଖିତ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ କିଛି ସହଯୋଗ କରୁନଥିବା ଡଙ୍ଗରିଆମାନେ କହିଛନ୍ତି। ତୁରନ୍ତ ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟିଦେଇ ଦେଇ ଡଙ୍ଗରିଆଙ୍କ ପିଏମ ଜନମନ ଆବାସ ଗୃହ ସମ୍ପୁର୍ଣ୍ଣ କରିବାକୁ ଡଙ୍ଗରିଆ କନ୍ଧ ମାନେ ନିବେଦନ କରିବାସହ ଏହି କାର୍ଯ୍ୟରେ ଅବହେଳା କରି ଡଙ୍ଗରିଆ କନ୍ଧ ମାନଙ୍କ ଟଙ୍କାନେଇ ଆବାସ ଗୃହକୁ ଅଧପନ୍ତରିଆ କରି ରଖି ଅଧିକାରୀ ମାନେ କାହିଁକି ଚୁପ ରହିଛନ୍ତି ଏହାର ଭିଜିଲାନ୍ସ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ନବାବାପାଇଁ ନିୟମଗିରି ଆବାହକ ଲଦ ସିକକା, ଡ୍ରିକା କାଡ୍ରାକା ଡ୍ରିଜୁଁ କୃଷକା ପ୍ରମୁଖ ଅଭିଯୋଗ କରିଛନ୍ତି।
