ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ସମାଜସେବୀ ଓ ସାମ୍ବାଦିକ ପ୍ରଦୀପ କୁମାର ସହୁ ଅବସରପ୍ରାପ୍ତ ଶିକ୍ଷକ ଦାଶରଥି ଧଙ୍ଗଡା ମାଝୀ, ଏବିଓ ବେଣୁଧର କୁମାର ଯୋଗ ଦେଇଥିଲେ।ପ୍ରଥମେ ଗଣେଶ ମହାପ୍ରଭୁଙ୍କ ନିକଟରେ ଦ୍ଵୀପ ଜଳାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗୀତ ମାଧ୍ୟମରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ବିଦ୍ୟାଳୟର ଯାଜ୍ଞସେନୀ ବାଗ, ମହନ୍ତର ପ୍ରଧାନ, କନକଲତା ଦାସ,ଜଗନ୍ନାଥ ପ୍ରଧାନ, ମମିତା ଶବର, ସୌମ୍ୟ ରଞ୍ଜନ ବାରିକ, ଉପେନ୍ଦ୍ର ସା,ରାଜୀବ ପୁଝାରୀ, ସନ୍ତୋଷିନି ନାଗ, ଶ୍ରୀକାନ୍ତ ପ୍ରଧାନ, ସଲୀନା ଗଡନାୟକ ନମିତା ସବର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ର ସଭାପତି ସତ୍ୟବାଦି ପୁଟା ରଞ୍ଜନ ଧରୁଆ ସନ୍ତୋଷ ବିଭାର ସମସ୍ତ ଅଭିଭାବକ ମନେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
