ପରଜାଦେଓପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାଦେଓପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୁଳ ରଞ୍ଜନ ସୁନା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ପ୍ରମୋଦା ସାମଲ, ପୂର୍ବତନ ଏ ବି ଇ ଓ ମୋହନ ମଧୁସୂଦନ ବାଘ, ବିଦ୍ୟାଳୟ ସଭାପତି ସଦନ ଜାନି, ସ୍ଥାନୀୟ ସରପଞ୍ଚ ପ୍ରମିଳା ମୁଦୁଲି ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଶିକ୍ଷକ ବେହେରା ବିଦ୍ୟଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ହସ୍ତରେ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଛାତ୍ର ସୌଭାଗ୍ୟ ରଞ୍ଜନ ବେହେରା ଏବଂ ବନମାଳୀ ନାୟକଙ୍କୁ ଅଲରାଉଣ୍ଡର ଭାବେ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଏସ କଲ୍ୟାଣ କୁମାର, ମାଧବ ଚନ୍ଦ୍ର ବେହେରା, ସେନାପତି ନାୟକ, ଚିତ୍ରା ପୋଢ଼, ରବୀନ୍ଦ୍ର ନାଥ ମୁଦୁଲି, ସ୍ଥିତି ପ୍ରଜ୍ଞା ଖୁଣ୍ଟିଆ, ବନିତା ସ୍ୱାଇଁ, ତୁଷାରକାନ୍ତ ପାତ୍ର,ସୁନିତା ସାହୁ, ଜଗଦେବ ସାମନ୍ତ, ଦେବକୀ ମେହେକ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ।