ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା : ଜଣେ ମୃତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ବିବାହ ଭୋଜିରେ ଯୋଗ ଦେବାକୁ ଆସୁଥିବାବେଳେ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ କୋକସରା ଥାନା କନ୍ଦାବୁଟ୍ରା (ଘୁର୍ଲୁ ଗୁଡା)ଗ୍ରାମର ରେଣୁ ଦଳପତି (୨୦) ଙ୍କ ମୃତ୍ୟୁ ଘଟିଛି। କୋକସରା ଥାନା କନ୍ଦାବୁଟ୍ରା (ଘୁର୍ଲୁ ଗୁଡା) ଗ୍ରାମର ରେଣୁ ଦଳପତି ଏବଂ ଜୟପାଟଣା ବ୍ଲକ ଛାତପଦର ଗ୍ରାମର ରତ୍ନା ନାଏକ ଏକ ମୋଟର ସାଇକେଲ ଯୋଗେ ଜୟପାଟଣା ବ୍ଲକ ଅନ୍ତର୍ଗତ କୁକୁଡି ଗ୍ରାମକୁ ବିବାହ ଭୋଜି ଖାଇବାକୁ ଆସୁଥିଲେ। କୁକୁଡି ଗ୍ରାମ ପହଞ୍ଚିବା ପୂର୍ବରୁ ମୋଟର ସାଇକେଲ ଏକ ପଥର ରେ ପିଟିହୋଇ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଗୁରୁତର ଆହତ ରେଣୁକୁ ଜୟପାଟଣା ଡାକ୍ତର ଖାନା ଆଣିବାକୁ ବହୁ ଉଦ୍ୟମ କରାଯାଇଥିଲା, ଆମ୍ବୁଲାନ୍ସ ମିଳି ନଥିଲା, ଶେଷରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଫୋନ କରିବା ପରେ ଅଗ୍ନିଶମ ବିଭାଗ ଗାଡ଼ି ପଠାଇ ଥିଲେ। ତାଙ୍କୁ ସନ୍ଧ୍ୟାରେ ଜୟପାଟଣା ଡାକ୍ତର ଖାନା ଅଣାଯାଇଥିଲା, ହେଲେ ଡାକ୍ତର ମୃତୁ ଘଷଣା କରଥିଲେ।