ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ମହାବୀର ପଡା ଠାରେ ୫୬ ପ୍ରହରୀ ନାମ ଯଜ୍ଞହେବ। ସେଥି ପାଇଁ ଆଜି ଭବ୍ୟ କଲସ ଯାତ୍ର ସହ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଇଛି। ଏହି କ୍ରମରେ ଯଜ୍ଞ ମଣ୍ଡପ ନିକଟରୁ ଶତାଧୂକ ମହିଳା ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଆଡ଼କଟା ବନ୍ଧରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ଯଜ୍ଞ କର୍ତ୍ତା ଘାସି ରାମ ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ସଂଗୀତା ଅଗ୍ରୱାଲ ସମେତ ମହିଳାମାନେ ଜଳପୂର୍ଣ୍ଣ କଳସ ଧାରଣ କରି ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ଏହାପରେ ଯଜ୍ଞ ମଣ୍ଡପରେ କଳସ ଜଳ ସ୍ଥାପନ କରାଯାଇଥିଲା। ଶନିବାର ସକାଳୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଶନିବାର ପୂର୍ଣ୍ଣାହୂତି ହେବ। ଏହି ୫୬ ପ୍ରହର ନାମଯଜ୍ଞରେ ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ଦଳ ଆସିବା ସହ ଗାଇକା ସୁଶ୍ରୀ ଲଳିତା ସାହୁଙ୍କ ଦଳ ମଧ୍ୟ୍ୟ ଆସିବାର କାର୍ଯ୍ୟ କ୍ରମ ରହିଛି। କଲାସ ଯାତ୍ରାରେ କୋଟପାଡ଼ର ଅବତାର ଗ୍ରୁପ ସହ ଜୟପଟଣା ଅଞ୍ଚଳର ମହିଲା ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ମୁଖ୍ୟ ପୂଜକ ଶେଷ ଦେବ ଯୋଶୀ, ସ୍ୱାସସ୍ତି ବାଚକ ସ୍ମୃତି ରଞ୍ଜନ ପଣ୍ଡା, ଯାପକ ଦିନେଶ ପାଣିଗ୍ରାହୀ ବିମୁଗ୍ଧ ପଣ୍ଡା, ବଦ୍ରିନାରାୟଣ ପଣ୍ଡା, ଆଚାର୍ଯ୍ୟ ଶ୍ରୀପତି ଠାକୁର, ସ୍ୱସ୍ଥି ବାଚକ ମଣ୍ଟୁ ବିହାରୀ ପଣ୍ଡା ଦାଇତ୍ୱ ନେଇ ଛନ୍ତି। ମହାବୀର ପଡା ଛପନ ପ୍ରହର ନାମଯଜ୍ଞ କମିଟି ଆୟୋ ଜନ କ୍ରମେ ଅନୁଷ୍ଠିତ ହେଉଛି।
