ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଡାମେରିକିଆ ବୁଲାଣିରେ ଘଟିଛି ମର୍ମନ୍ତ ସଡ଼କ ଦୁର୍ଘଟଣା। ପିକଅପ ଭ୍ୟାନ ସହ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସେମାନେ ହେଲେ ରାଇକିଆ ଥାନା ମଣ୍ଡାସରୁ ପ୍ରଶାନ୍ତ ପାତ୍ର ଓ ଲାଦୁଙ୍ଗିଆ ଗ୍ରାମର ପବିତ୍ର ପ୍ରଧାନ ବୋଲି ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭରକୁ ଥାନରେ ଅଟକ ରଖି ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
