ବାଲିଗୁଡା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସକାଳ ସମୟରେ ମହାପୁରୁଷ ମାନଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ଥାନୀୟ ସଭାଗୃହଠାରେ ଏକ ବୈଠକ କରାଯାଇଥିଲା। ଏଥିରେ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଅତିଥୀ ଭାବେ ସାଂସଦପ୍ରତିନିଧି ସୁରେନ୍ଦ୍ର ପାତ୍ର, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ଉପାଦକ୍ଷା ଶାନ୍ତି ନାୟକ, ଅତିରିକ୍ତ ତହସିଲଦାର କବିରାଜ ଆଯ୍ୟ, କାଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଓ କାଉଁସିଲର ମାନେ ମଂଚାସିନ ଥିଲେ। ଏନଏସି ଦ୍ବାରା କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଓ ବାଲିଗୁଡା ଏନଏସିକୁ କିଭଳି ସରସ ସୁନ୍ଦର କରାଯିବ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବାଇଧର ମଲ୍ଲିକ, କମ୍ବୁପାଣି ପାଣିଗ୍ରାହୀ ସହ ଯୋଗ କରିଥିଲେ ଓ ଶେଷରେ କାଯ୍ୟନିବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
