ବାଲିଗୁଡା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ବାଲିଗୁଡାର ପ୍ରସ୍ତୁତି ପବ୍ଲିକ ଲାଇବ୍ରେରୀ ପରିସରରେ ମାଗଣା ସିଭିଲ ସର୍ଭିସ କୋଚିଂ କେନ୍ଦ୍ରର ଉଦଘାଟନ କଲେ ଜିଲ୍ଲାପାଳ ବେଦଭୁଷଣ । ଏଥିରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ, ଏସଡିପିଓ ଶୁଭମଭୋସଲେ, ପ୍ରୋଭେଜନାଲ ଆଇଏଏସ ଜସକରନ ସିଙ୍ଗ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ବିଡିଓ ଅକ୍ଷୟ ମଲ୍ଲିକ, ତହସିଲଦାର ଦିପ୍ତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ କହିଛନ୍ତି ସିଭିଲ ସର୍ଭିସ ନିମନ୍ତେ କେଉଁବିଷୟ ଓ କେଉଁ କେଉଁବହି ପଢିବାକୁ ହେବ ତାହା ଜାଣିବାକୁ ପଡିବ, ଏହି କେନ୍ଦ୍ରରେ ପ୍ରତ୍ୟେକ ରବିବାର ଦିନ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି. ଏସଡିପିଓ ଓ ଅନ୍ୟ ଅଧିକାରୀ ମାନେ ଆସି କୋଚିଂ ଦେବେ ଏବଂ ଏହି କେନ୍ଦ୍ରରୁ ଯାହା ପଢାହେବ ତାକୁ ରିଭିଜନ କରିବାକୁ ଜିଲ୍ଲାପାଳ କହିଛନ୍ତି । ବାଲିଗୁଡାରେ ସିଭିଲସର୍ଭିସ କୋଚିଂ ଆଜି ଆରମ୍ଭ ହୋଇଛି, ଏହି ଜିଲ୍ଲାରୁ ପିଲାଯାଇ ଉଚ୍ଚ ପଦବୀରେ ଅବସ୍ଥାପିତ ହୁଅନ୍ତୁ, ଜିଲ୍ଲାପାଇଁ ସୁନାମ ମଧ୍ୟ ଆଣନ୍ତୁ, ଏହା ହେଉଛି ଏକ ଛୋଟ ପଦକ୍ଷେପ ବୋଲି କହିଛନ୍ତି ଜିଲ୍ଲାପାଳ ।
