ବାଲିଗୁଡ଼ାରେ ମହିଳା ମୃତ୍ୟୁକୁ ନେଇ ଥାନା ଘେରାଉ

ବାଲିଗୁଡା/କ୍ରାନ୍ତିକ୍ଷେତ୍ର  : ବାଲିଗୁଡା ଥାନା ଅଂଚଳରେ ଜଣେ ମହିଳା ମୃତ୍ୟୁ କୁ ନେଇ ଥାନା ଘେରାଉ କରିଥିଲେ ମୃତକ ମହିଳାର ବାପାଘର ଲୋକେ ଓ ଗ୍ରାମବାସୀ। ଘଟଣାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ପଂଚାୟତର ନାଡାପାଟାଙ୍ଗ ଗ୍ରାମର ଜଟିଆ ନାୟକଙ୍କ ଝିଅ ଜାଜଲ ନାୟକ ବାଲିଗୁଡା ନୂଆସାହିର ଜଗା ମୁଖୀକୁ ବାହା ହୋଇଥିଲେ । ଗତ କିଛିଦିନହେବ ଜଗାମୁଖୀ ଓ ତାଙ୍କ ସ୍ତ୍ରୀ କାଜଲ ମଧ୍ୟରେ ବଚସା ହୋଇଥିଲା ଏହାକୁ ନେଇ ଝିଅର ବାପା ତାଙ୍କ ଜାତି ଲୋକଙ୍କୁ ଲିଖିତ ଆକାରରେ ଜଣାଇଥିଲେ ଏବଂ ତା ପରେ ବାରଖମା ଫାଣ୍ଡିରେ ଗତ ୧୬ ତାରିଖରେ ରିପୋର୍ଟ ଦେଇଥିଲେ । ଗତ ୧୮ ତାରିଖ ଦିନ ଫାଣ୍ଡିକୁ ପୋଲିସ ସ୍ୱାମୀ ସ୍ତ୍ରୀକୁ ଡକାଇ ବୁଝାସୁଶା କରି ଛାଡି ଦେଇଥିଲେ କିନ୍ତୁ  ଫାଣ୍ଡିରୁ ବୁଝାସୁଝା ହୋଇ ଆସିବାର ଗୋଟିଏ ଦିନ ଯାଇ ନାହିଁ ତାପରଦିନ ଅର୍ଥାତ ୧୯ ତାରିଖରେ ସ୍ତ୍ରୀ କାଜଲ ନାୟକ(୨୩) ତାର ସ୍ୱାମୀ ଘରେ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ସ୍ତ୍ରୀର ଝୁଲନ୍ତା ଅବସ୍ଥାରେ ଦେଖି ସାହି ପଡିଶାକୁ କହିବା ପରେ ତାକୁ ଝୁଲନ୍ତା ଅବସ୍ଥାରୁ କାଢି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଥିଲେ । ମୃତକ ଝିଅର ଗୋଟିଏ ଏକବର୍ଷର ସନ୍ତାନ ଟିଏ ଅଛି । ମୃତ୍ୟୁ ହୋଇଥିବା ଖବର ଝିଅ ଘର ଜଣିବା ପରେ ଗତକାଲି ରାତିରେ ବାରଖମା ଫାଣ୍ଡିରେ ମେଳି ହୋଇଯାଇ ଅଭିଯୋଗ କରିଥିଲେ ତାଙ୍କ ଝିଅକୁ ମାରିଦେଇଛନ୍ତି ବୋଲି କିନ୍ତୁ ପୋଲିସ ବୁଝାସୁଝା କରି ତାଙ୍କୁ ଯିବାକୁ କହିଥିଲେ । ଆଜି ସକାଳ ସମୟରେ ଝିଅର ସମ୍ପକୀୟ ଓ ଗାଁ ଲୋକେ ବାଲିଗୁଡା ଥାନାକୁ ଆସି ତାଙ୍କ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଇ ମାରପିଟ କରି ମାରିଦେଇଛରି ବୋଲି କହି ଥାନା ଘେରାଉ କରିଥିଲେ । ଏହାକୁ ନେଇ ଆଇଆଇସି ସମୀର ବେହେରା ତାଙ୍କୁ ବୁଝାସୁଝା କରି କହିଥିଲେ ଯେ ଶବବ୍ୟବଚ୍ଛେଦ ରିପୋର୍ଟଆସିବା ପରେ ଜଣାପଡିବ ଯେତାହାର ମୃତ୍ୟୁ କିପରି ହୋଇଛି ତେଣୁ ସେତିକି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଥିଲେ ଏହାପରେ ସେମାନେ ଧାରଣରୁ ହଟି ଯାଇଥିଲେ। ଶବବ୍ୟବଛେଦ ପରେ ଶବକୁ ଉଭୟ ପରିବାର ନେବାକୁ ଜିଦ ଧରିଥିଲେ ଶେଷରେ ଶବକୁ ଝିଅର ବାପା ଘରଲୋକ ନେଲେ । ଝିପର ବାପା ଲିଖିତ ଅଭିଯୋଗକୁ ଭିତି କରି ଥାନା ରେ ଏକ ମାମଲାରୁକୁ କରି ତଦନ୍ତ କରାଯାଉଛି ବୋଲି ଆଇଆଇସି ସମିର ଚେହେରା ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *