କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତ ବୈଠକ ଅନୁଷ୍ଠିତ

ଫୁଲବାଣୀ/କ୍ରାନ୍ତିକ୍ଷତ୍ର : ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତିର ଏକ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ସମିତିର ସଭାପତି ସୁନୀଲ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତିର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଅବଗତ କରାଇ ଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଅଭିଜ୍ଞ ସାମ୍ବାଦିକଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ କମିଟି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ ବିଶେଷ କରି ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା, ୬୦ବର୍ଷ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ଅନ୍ୟୁନ୍ୟ ୨୦ ହଜାର ମାସିକ ପେନସନ ବ୍ୟବସ୍ଥା, ନିଜସ୍ବ ଗୃହ ନଥୁବା ସାମ୍ବାଦିକଙ୍କୁ ଅନ୍ୟୁନ ୪ସେଣ୍ଟ ଜମି ପ୍ରଦାନ, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି ସହ ଯୋଜନାରେ ପିତା ମାତାଙ୍କୁ ସାମିଲ କରିବା ଆଦି ବିଷୟ ଉପରେ ଆଲୋଚନା କରଯାଇଥିଲା। ଅନ୍ୟମାନଙ୍କ ମଧ୍ଯରେ ସମ୍ବାଦର ଜିଲ୍ଲା ପ୍ରତିନିଧୂ ଡ ରଞ୍ଜନ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ସୁନୀଲ ବିଶ୍ବାଳ, ଉପସଭାପତି ସନ୍ତୋଷ କୁମାର ଦାସ, ଅଜିତ ମହାରଣା, ସଙ୍ଗଠନ ସମ୍ପାଦକ ସୁଜିତ ବେହେରା, ଅଶୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ସଙ୍ଗଠନକୁ ଅଧୂକ କ୍ରିୟାଶୀଳ କରିବା ଦିଗରେ ଉଦ୍ୟମ ଜାରୀ ରଖୁବା ପାଇଁ ମତ ଦେଇ ଥିଲେ। ସଙ୍ଗଠନ ସମ୍ପାଦକ ସୁଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ବାଲିଗୁଡ଼ା, କୋଟଗଡ଼, ତୁମୁଡିବନ୍ଧ,କ ନୂଆଗାଁ, ଭଳି ୧୨ ଟି ବ୍ଲକର କୋଅର୍ଡିନେଟରଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ବୈଠକରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *