ବାଲିଗୁଡାରେ ଜାତୀୟ ବରିଷ୍ଠ ନାଗାରିକ ଦିବସ ପାଳିତ

ବାଲିଗୁଡା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଜାତୀୟ ବରିଷ୍ଠ ନାଗରିକ ଦିବସ ରାଜବୀର ଫାଉଣ୍ଡେସନ, ଓଡିଶା ପ୍ରାୟୋଜକରେ ସ୍ଥାନୀୟ ସଭାଗୃହ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥୀଭାବେ କୃପାସିନ୍ଧୁ ବେହେରା ପିଏ ଆଇଟିଡିଏ , ସମ୍ମାନୀତ ଅତିଥି ଭାବେ ସଂଜିବ ରୁପାମାଝୀ -ଡେପୁଟିକଲେକର, ମମିତା ପ୍ରଧାନ- ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସର୍ବେଶ୍ଵର ମିଶ୍ର-ସଭାପତି ଜିଲ୍ଲା ବରିଷ୍ଠ ନାଗରିକ ମଂଚ, ଅମିତ ପଲେଇ-,ପ୍ରତିଷ୍ଠାତା ତଥା ସଭାପତି ରାଜବୀର ଫାଉଣ୍ଡେସନ, ନନ୍ଦ କିଶୋର ପଣ୍ଡା-ଉପସଭାପତି ବରିଷ୍ଠ ନାଗରିକ ମଂଚ, ବାଲିଗୁଡା ପ୍ରମୁଖ ମଂଚାସିନ ଥିଲେ। ପ୍ରକାଶ ଚନ୍ଦ୍ର ନାୟକ ସମ୍ପାଦକ ବିବରଣୀ ପାଠ କରିଥିଲେ। ସଂଘର ଘରନାହିଁ ଓ ସଦସ୍ୟ ମାନେ କିଭଳି ସବୁଧା ପାଇବେ ତାରି ଉପରେ। ଲୋଚନା କରାଯାଇଛି, ବିପଦର ବନ୍ଧୁ ଅନୁଷ୍ଠାନକୁ ସମ୍ମାନୀତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିତ ରଂଜନ ନାୟକ ଓଡିଶା ଷ୍ଟେଟକୋଡିନେଟର ରାଜବୀର ଫାଉଣ୍ଡେସନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି। ଅନେକ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ଶେଷରେ ଯେରବାସ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *