କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟ୍ରୁ ଆରଡି ରାସ୍ତାର ବାମ ପଟେ ଯାଇଥିବା ଡୁମେରମୁଣ୍ଡା ରାସ୍ତା ସଂଯୋଗ କରୁଥିବା ସ୍ଥାନରେ ବାଇକ୍ ଓ ଟ୍ରାକ୍ଟର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଜଣ ହେଲେ ଆରୀୟନ୍ ନାଏକ ଓ ନିଖିଲ ନାଏକ, ସୂଚନା ଅନୁସାରେ ଦୁହେଁ ଟିୟୁସନ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବାରୁ ଗୁରୁତର ହୋଇଥିଲେ । କଲମପୁର ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାରେ ସୁଧାର ନଆସିବାରୁ ଦୁଇ ଜଣଙ୍କୁ ଜିଲ୍ଲା ଚିକିତ୍ସାଲୟ ଭର୍ତ୍ତି କରି ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମାଣିଙ୍କେଶ୍ୱରୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି। ଏ ବିଷୟକୁ ନେଇ କଳମପୁର ଥାନାରେ ଅଭିଯୋଗ କରାଯାଇଛି। ଏ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟରକୁ ପୋଲିସ ଧରିପାରି ନଥିବା ଜଣାପଡିଛି। ପୋଲିସର ଏଭଳି କାର୍ଯ୍ୟ କଳାପକୁ ଜନସାଧାରଣରେ ଦୃଢ ନିନ୍ଦା କରାଯାଇଛି।
