୪ଜଣ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବାଲିଗୁଡା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) :୪ଜଣ କୁଖ୍ଯାତ ଲୁଟେରାଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ । ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତ ହେଲେ ରିଚାର୍ଡ ନାୟକ, ଘର ଦୁମୁଡିବନ୍ଧ, ସଚିନ ନାୟକ ଦୁମୁଡିବନ୍ଧ, କେ.ଶିବ ପ୍ରସାଦ ଆଚାରୀ ଘର ଦାରିଙ୍ଗବାଡି ଥାନା ଓ ବିନୋଦ ପୁଜାରୀ ଘର ବାଲିଗୁଡା ଥାନା। ଏମାନେ ଗତ କିଛି ବର୍ଷ ଧରି ବାଲିଗୁଡା ସମେତ ଅନେକ ସ୍ଥାନରେ ଲୁଟ୍ ଓ ଡକାୟଦି କରିବା ସହ ଗଂଜେଇ ବ୍ୟବସାୟ କରିଆସୁଥିଲେ। ବାଲିଗୁଡା ଓ ଦୁମୁଡିବନ୍ଧ ଥାନାରେ ଏମାନଙ୍କ ନାମରେ ୮ରୁ ଅଧିକ ମାମଲା ରହିଛି। ଗତକାଲି ଏମାନେ ଗଂଜେଇ ଚୋରାଚାଲାଣ କରୁଥିବା ଖବର ପାଇ ବାଲିଗୁଡା ପୋଲିସ ଏମାନଙ୍କ ଉପରେ ନଜର ରଖି ଚଢାଉ କରିଥିଲେ ଏହି ସମୟରେ ଗୋଟିଏ କାର ନମ୍ବର ଓଡି୦୨ଏକ୍ସ-୧୦୮୬ରେ ଗଂଜେଇ ଜେ ୧oo କେଜି ୩୦୦ଗ୍ରାମ ଥିଲା ଓ ଏମାନଙ୍କ ପାଖରୁ ୨ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ୪ଜଣଙ୍କୁ ବାଲିଗୁଡା ଥାନା କେଶ ନମ୍ବର ୨୩୧ରେ ମାମଲାରୁକୁ କରି କୋର୍ଟ ଚାଲାଣ କରିଥିବା ନେଇ ଏଡିପିଓ ଶୁଭମ ଭୋସଲେ ଏକ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *