୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କୋର୍ଟ କର୍ମଚାରୀ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର ) :  ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାଥିଲି ଜେଏମଏଫସି କୋର୍ଟର ସିନିୟର କ୍ଲର୍କ ଅଚ୍ୟୁତ କୁମାର ପ୍ରଧାନ। ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଥିବା ଦୁଇଟି ମାମଲାରେ ଏନବିଡବ୍ଳୁ ଜାରି ହୋଇଥିଲା। ଏହି ମାମଲାରେ ରଫ ଦଫା କରିଦେବା ପାଇଁ ଅଚ୍ୟୁତ ୫୦ ହଜାର ଟଙ୍କା ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଚ୍ୟୁତ କୁମାର ପ୍ରଧାନଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୫୦ ହଜାର ଟଙ୍କାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *