କ ନୂଆଗାଁ/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ମଦ ମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ ଏକ ବିରାଟ ରାଲି ମାଧ୍ୟ୍ୟମରେ ଗୁଞ୍ଜିବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଅଭିଯୋଗ ସୁଶାଣି କାର୍ଯ୍ୟକ୍ରମରେ ଉପସ୍ଥିତ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ସଭାପତି ଜମାଦେଇ ପ୍ରଧାନଙ୍କ କହିବା ଅନୁଯାଇ ଗ୍ରାମର ସମସ୍ତ ବୃଦ୍ଧ, ଯୁବକ ଏବଂ ନାବାଳକ ଚୋରା ମହୁଲି ମଦ ପି ନିଶାସକ୍ତ ଅବସ୍ଥାରେ ଘରେ ଗଣ୍ଡ ଗୋଳ କରୁଛନ୍ତି ଏବଂ ଚାଉଳ ଘରୁ ଚୋରି କରି ମଦ କିଣି ପିଉଛନ୍ତି। ବୃଦ୍ଧ ମାନେ ଭତ୍ତା ଟଙ୍କା ପାଇବା ଦିନ ସମସ୍ତ ଟଙ୍କା ମଦ ପିଇବାରେ ଖର୍ଚ୍ଚ କରୁଛନ୍ତି। ଏଭଳି ମଦ ନିଶାରେ ଯୁବକ ମନେ ପଡ଼ି ଥିବାରୁ ଗ୍ରାମର ଉନ୍ନତି ହୋଇପାରୁନାହିଁ। ଘରେ ଘରେ ଅଶାନ୍ତି ଲାଗି ରହୁଛି। ପ୍ରଶାସନ ପକ୍ଷରୁ ୧୫ ଦିନ ଭିତରେ ପଞ୍ଚାୟତରେ ଚୋରା ମହୁଲି ମଦ ବିକ୍ରି ବନ୍ଦ କରାନ ଗଲେ ଧାରଣା ସହ ବିକ୍ଷୋଭ କରାଯିବ ବୋଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଚେତାବନି ଦେଇ ଛନ୍ତି। ଏହି ଅଭିଯୋଗ ପ୍ରଦାନ ବେଳେ ତହସିଲଦାର ସମୀର ପାଇକରାୟ, ସରପଞ୍ଚ, ପିଇଓ, ଜନ ପ୍ରତିନିଧି ଉମେଶ ଚନ୍ଦ୍ର ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ।
